• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯୁକ୍ତ ଦୁଇ ଆଡମିଶନ ସରିଲା । ଅଗଷ୍ଟ ୧ରୁ କ୍ଲାସ୍ ବି ଆରମ୍ଭ ହେଲାଣି । ମାତ୍ର ଏବେ ସାମନାକୁ ଆସିଛି ଆଡମିଶନ୍ ଗଡ଼ବଡ଼ି । ଅନ୍‌ଲାଇନ୍ ସ୍ପଟ୍ ଆଡମିଶନ୍ ସତ୍ତ୍ୱେ କମ୍ ମାର୍କ ରଖିଥିବା ପିଲା ନାମ ଲେଖାଇଥିବାବେଳେ ମେଧାବୀ ଛାତ୍ରଛାତ୍ରୀ ବାଦ୍ ପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ। ଆଡମିଶନ ଅଧିକାରୀ ବି ଏହାକୁ ସ୍ୱୀକାର କରି ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍ । ବାଦ ପଡିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କ ଧାରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ସାମ୍ସର ସ୍ୱଚ୍ଛତା ଉପରେ ସାଂଘାତିକ ପ୍ରଶ୍ନଚିହ୍ନ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରୁ ଆସିଛି ଏଭଳି ଅଭିଯୋଗ । ଜୀତେନ୍ଦ୍ର ବାରିକ ବୋଲି ଜଣେ ଛାତ୍ର ୮୬.୬୬ ପ୍ରତିଶତ ମାର୍କ ରଖିଛନ୍ତି । କିନ୍ତୁ ସ୍ପଟ୍ ଆଡମିଶନ ଲିଷ୍ଟରେ ଜିତେନ୍ଦ୍ରଙ୍କ ନା ନାହିଁ । ତାଙ୍କ ସ୍ଥାନରେ ୮୧.୧୭ ପ୍ରତିଶତ ମାର୍କ ଧାରୀଙ୍କୁ ମିଳିଛି ବିଜ୍ଞାନରେ ଆଡମିଶନ ।

ସେହିପରି ଆଉ ଜଣେ ମେଧାବୀ ଛାତ୍ର ହେଲେ ସେକ୍ ହୁସେନ । ସେ ମଧ୍ୟ ଆଡମିଶନ୍ ପାଇନାହାଁନ୍ତି । ଇଣ୍ଟିମେସନ ବି ଯାଇନି। ଜଣେ କି ଦୁଇ ଜଣ ନୁହେଁ ବିଜ୍ଞାନ ବିଭାଗରେ ୧୭ ଜଣ କମ୍ ମାର୍କ ରଖି ଆଡମିଶନ ପାଇଛନ୍ତି । ଯାହାକୁ ନେଇ ପିଲା ଓ ଅଭିଭାବକଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଚଳିତ ବର୍ଷ ସ୍ପଟ୍ ଆଡମିଶନରେ ହେଉଥିବା କେଳେଙ୍କାରୀ ରୋକିବା ଲାଗି ଅନଲାଇନ୍ ଆବେଦନ ବ୍ୟବସ୍ଥା ଲାଗୁ ହୋଇଛି । ଏହାସତ୍ତ୍ୱେ କିପରି ଆଡମିଶନରେ ଏ ଗଡ଼ବଡ଼ି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ସାମ୍ସ ଗାଇଡଲାଇନ୍ ଅନୁଯାୟୀ ସ୍ପଟ୍ ଆଡମିଶନ୍ କେବଳ ମେରିଟ୍ ଆଧାରରେ ହେବ । ଏନସିସି, ସ୍କାଉଟ୍ ଗାଇଡ୍ ଭଳି କୌଣସି ୱେଟେଜ୍ ମାର୍କକୁ ମଧ୍ୟ କାଉଣ୍ଟ କରାଯିବ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଫଏମ୍ ଜୁନିଆୟର କଲେଜରେ ୱେଟେଜ୍ ମାର୍କ ପାଇଥିବା ପିଲା ବି ଆଡମିଶନ୍ ନେଇଛନ୍ତି । ବଳକା ସିଟରେ ୧୦ ଗୁଣା ପିଲାଙ୍କୁ ଇଣ୍ଟିମେସନ୍ ଯିବା କଥା ଯାହା ହୋଇନଥିବା ଅଭିଯୋଗ ଆସିଛି । ଯୁକ୍ତ ଦୁଇ ଆଡମିଶନରେ ଏ ତ୍ରୁଟିକୁ ସାମସ ଜିଲ୍ଲା ନୋଡାଲ୍ ଅଫିସର ମଧ୍ୟ ସ୍ୱୀକାର କରିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସେ ଅବଗତ କରାଇଥିବା କହିଛନ୍ତି ।

ସେପଟେ ବୈଷୟିକ ତ୍ରୁଟି ପାଇଁ ଏଭଳି ହୋଇଛି । ଆଡମିଶନରୁ ବାଦ ପଡିଥିବା ଛାତ୍ରଛାତ୍ରୀ ଦିନେ ଦୁଇଦିନ ଭିତରେ ଆଡମିଶନ ପାଇବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • Reported by:
  • RASHMIRANJAN DAS