• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଲୋକସଭା ନିର୍ବାଚନ ପାଇଁ ଘୁଞ୍ଚିଲା ପରୀକ୍ଷା । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ଏପ୍ରିଲ ୧୯ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ହେବ ନିର୍ବାଚନ । ତେବେ ଏଥି ପାଇଁ ଅନେକ ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ପାଇଁ ସଂଶୋଧିତ ତାରିଖ ମଧ୍ୟ ଜାରି କରାଯାଇଛି । JEE Main, MHT-CET ଓ EAPCET ପରି ଅନେକ ପରୀକ୍ଷାର ସଂଶୋଧିତ ତାରିଖ ଜାରି କରାଯାଇଛି ।

ଏମ୍‌ଏଚ୍‌ଟି-ସିଇଟି ( MHT-CET) ପରୀକ୍ଷା...

୧୬ ରୁ ୩୦ ଏପ୍ରିଲ ମଧ୍ୟରେ ହେବାକୁ ଥିବା ଏମ୍‌ଏଚ୍‌ଟି-ସିଇଟି ( MHT-CET) ପିସିଏମ୍‌ (PCM) ପରୀକ୍ଷା ବର୍ତ୍ତମାନ ୨ରୁ ୧୭ ମେ ମଧ୍ୟରେ ଅନୁଷ୍ଠିତ ହେବ । ଯେତେବେଳେ କି ଏମ୍‌ଏଚ୍‌ଟି-ସିଇଟି (PCB) ପରୀକ୍ଷା ୨୨ ରୁ ୩୦ ଏପ୍ରିଲ ମଧ୍ୟରେ ଅନୁଷ୍ଠିତ ହେବ । 

ଟିଏସ୍‌ EAPCET ୨୦୨୪ ପରୀକ୍ଷା...

 
TS EAPCET 2024 ପରୀକ୍ଷା ୯, ୧୦, ୧୧ ଓ ୧୨ ମେ ୨୦୨୪ରେ ଦୁଇଟି ସିଫ୍ଟରେ ସକାଳ ୯ଟାରୁ ୧୨ଟା ଏବଂ ପରେ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
 
TS Polycet ପରୀକ୍ଷା...

୧୭ ମେ ୨୦୨୪ରେ ହେବାକୁ ଥିବା TS Polycet ପରୀକ୍ଷା ବର୍ତ୍ତମାନ ୨୪ ମେ ୨୦୨୪ରେ ଦିନ ୧୧ଟାରୁ ୧.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

AP EAPCET 2024 ପରୀକ୍ଷା...

ସଂଶୋଧିତ ଆନ୍ଧ୍ରପ୍ରଦେଶ ଇଞ୍ଜିନିୟରିଂ, କୃଷି ଏବଂ ଫାର୍ମାସି ସାଧାରଣ ପ୍ରବେଶିକା ପରୀକ୍ଷା (AP EAPCET) ପରୀକ୍ଷା ଆନ୍ଧ୍ରପ୍ରଦେଶ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (APSCHR) ଦ୍ୱାରା ମେ ୧୬ରୁ ୨୨ ପର୍ଯ୍ୟନ୍ତ ହେବ ।

ୟୁପିଏସ୍‌ସି (UPSC ) ସିଭିଲ୍ ସର୍ଭିସେସ୍  ପରୀକ୍ଷା ୨୦୨୪...

ୟୁପିଏସ୍‌ସି (UPSC ) ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା, ଯାହା ପୂର୍ବରୁ ୨୬ ମେରେ ଅନୁଷ୍ଠିତ ହେବାର ଥିଲା, ତାହା ବର୍ତ୍ତମାନ ୧୬ ଜୁନ୍‌କୁ ଧାର୍ଯ୍ୟ କରାଯାଇଛି । 

ନିଟ୍ ପିଜି (PG) ୨୦୨୪...

ନିଟ୍ ପିଜି (PG) ୨୦୨୪ ପରୀକ୍ଷା ଜୁନ୍ ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ୧୫ ଜୁଲାଇ ୨୦୨୪ ସୁଦ୍ଧା ଏହାର ରେଜଲ୍ଟ ଆସିବ ବୋଲି ଆଶା କରାଯାଉଛି ।

ଆଇସିଏଆଇ  (ICAI) ସିଏ (CA) ପରୀକ୍ଷା...

ଗ୍ରୁପ୍ ୧ ପାଇଁ ଆଇସିଏଆଇ  (ICAI) ସିଏ (CA) ମଧ୍ୟବର୍ତ୍ତୀ ପରୀକ୍ଷା ମଧ୍ୟ ୩, ୫ ଏବଂ ୯ ମେ ୨୦୨୪ରେ ଏବଂ ଗ୍ରୁପ୍ ୨ ପାଇଁ ୧୧, ୧୫ ଏବଂ ୧୭ ମେ ୨୦୨୪ରେ ଅନୁଷ୍ଠିତ ହେବ ।

ଜେଇଇ ଆଡ଼ଭାନ୍ସ, ନିଟ୍‌ ୟୁଜି ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ହୋଇ ନାହିଁ...

ଜେଇଇ ଆଡ଼ଭାନ୍ସ ( JEE Advanced 2024 ) ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇନାହିଁ । ମେ ୨୬ରେ ସ୍ଥିର ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଆହୁରି ପରିବର୍ତ୍ତନ ଆସିବ । ସେହିଭଳି, ନିଟ୍‌ ୟୁଜି ( NEET UG 2024 ) ପରୀକ୍ଷା ମେ ୫, ୨୦୨୪ରେ ହେବାର ସୂଚୀ ରହିଛି ।