Advertisment

ଆପଣଙ୍କ ପିଲାକୁ ନବୋଦୟ ବିଦ୍ୟାଳୟରେ ଆଡମିଶନ କରେଇବାକୁ ଚାହାନ୍ତି କି, ପଢ଼ନ୍ତୁ…

ପ୍ରାୟ ସବୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ଆଡମିଶନ କରେଇବାକୁ ଚାହାନ୍ତି। ଆପଣ ଯଦି ଚାହାନ୍ତି ତେବେ ଜାଣି ନିଅନ୍ତୁ ଯେ କେଉଁମାନେ ଏନେଇ ସକ୍ଷମ, କିପରି କରାଯିବ ଆବେଦନ।

author-image
Pramod Behera
ଅଦ୍ୟତନ ହୋଇଛି
JNVST Navodaya Class 6 Admission 2023

Jnvst class 6 admission process

ଭାରତରେ ଥିବା ଜବାହର ନବୋଦୟ ବିଦ୍ୟାଳୟ(JNV) ହେଉଛି ସରକାରୀ ସ୍କୁଲ। ଏହି ବିଦ୍ୟାଳୟଗୁଡ଼ିକରେ କେବଳ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାହୁଏ। ଯେଉଁମାନେ କେବଳ ସରକାରୀ ବିଦ୍ୟାଳୟରେ ୩ୟ, ୪ର୍ଥ, ୫ମ ଶ୍ରେଣୀ ପଢିଥିବେ ସେମାନେ ହିଁ କେବଳ ଏହି ବିଦ୍ୟାଳୟରେ ଆଡ୍‌ମିଶନ କରିପାରିବେ। ତେବେ JNV ର ଷଷ୍ଠ ଶ୍ରେଣୀରେ ଆଡ୍‌ମିଶନ ପାଇଁ ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା ଦେବାକୁ ପଡିବ, ଯାହା ସିବିଏସ୍ଇ ଦ୍ୱାରା ପରିଚାଳିତ ହୁଏ।

Advertisment

JNV ପାଇଁ ମେଧାବୀ ଛାତ୍ର ଚୟନ ପାଇଁ ପ୍ରତିବର୍ଷ ସମଗ୍ର ଦେଶରେ ପ୍ରବେଶିକା ପରୀକ୍ଷା ହୋଇଥାଏ। ପ୍ରାର୍ଥୀମାନେ ସେମାନଙ୍କ ଆଡମିଶନ କରିବାକୁ କେବଳ ଥରେ ହିଁ ପରୀକ୍ଷା ପାଇଁ ଆବେଦନ କରିପାରିବେ।

ଏହି ବିଦ୍ୟାଳୟଗୁଡ଼ିକରେ ଆଡମିଶନ ପାଇଁ NVS ନୀତି ଅନୁଯାୟୀ ST ଏବଂ SC ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ଗ୍ରାମାଞ୍ଚଳ ପାଇଁ ସର୍ବନିମ୍ନ ୭୫% ଛାତ୍ର, ସହରାଞ୍ଚଳରୁ ସର୍ବାଧିକ ୨୫%, ମହିଳା ଛାତ୍ରଙ୍କ ପାଇଁ ୩୩% ଏବଂ ଶାରୀରିକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୩% ଚୟନ କରାଯାଏ।

Advertisment

ନବୋଦୟ ବିଦ୍ୟାଳୟ ସମିତି ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ୨ ଜାନୁୟାରୀ ରୁ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା କରିଥିଲା। JNV ଏହାର ଅଫିସିଆଲ୍ ୱେବ୍‌ସାଇଟ୍ - navodaya.gov.in ରେ ଷଷ୍ଠ ଶ୍ରେଣୀ ଆଡମିଶନ ଫର୍ମ ୨୦୨୩-୨୪ ଉପଲବ୍ଧ କରିଥିଲା। ଏହାର ଚୟନ ପରୀକ୍ଷା ୨୯ ଏପ୍ରିଲ ୨୦୨୩ ରେ ଦିନ ୧୧.୩୦ରେ ଆୟୋଜିତ ହେବ। ଏହାର ଫଳାଫଳ ଜୁନ୍ ୨୦୨୩ ସୁଦ୍ଧା ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

କିପରି କରାଯାଏ ଆବେଦନ:

  • ଅନଲାଇନ୍ ଆବେଦନ କରିବାବେଳେ ହେଡ୍‌ମାଷ୍ଟରଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ପ୍ରମାଣପତ୍ରର ସଫ୍ଟ କପି ଅପଲୋଡ୍ କରିବା ବାଧ୍ୟତାମୂଳକ
  • ସେହି କପିରେ ପ୍ରାର୍ଥୀଙ୍କ ବିବରଣୀ, ଫଟୋ, ବାପାମାଆଙ୍କ ଦସ୍ତଖତ, ପ୍ରାର୍ଥୀଙ୍କ ଦସ୍ତଖତ, ଆଧାର କାର୍ଡ ବିବରଣୀ ରହିବ
Navodaya Vidyalayas
Advertisment
Advertisment