• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରକାଶ ପାଇଛି JEE ଆଡଭାନସଡ ରେଜଲଟ । ଏଥିରେ ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୩୭୨ଜଣ JEE ଆଡଭାନସଡ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୩ ହଜାର ୭୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଚଳିତବର୍ଷ ୩୬ ହଜାର ୨୦୪ ଜଣ ଛାତ୍ର ଓ ୭୫୦୯ ଜଣ ଛାତ୍ରୀ JEE ଆଡଭାନସଡ୍ ପରୀକ୍ଷାରେ ସଫଳ ହୋଇଛନ୍ତି । ପରୀକ୍ଷାର୍ଥୀମାନେ www.

jeeadv.ac.in ରୁ ରେଜଲ୍ଟ ଦେଖିପାରିବେ ।

ଉଲ୍ଲେଖଯୋଗ୍ୟ, ଶ୍ରେଷ୍ଠ ୧୦ ସ୍ଥାନରେ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ‘ଆଇଆଇଟି ହାଇଦ୍ରାବାଦ ଜୋନ୍‌ର ୬ଜଣ ଥିବା ବେଳେ ଆଇଆଇଟି ଦିଲ୍ଲୀ ଓ ରୂର୍‌କୀ ଜୋନ୍‌ରୁ ୨ଜଣ ଲେଖାଏଁ ଅଛନ୍ତି । କ୍ରମାନ୍ୱୟରେ ଶ୍ରେଷ୍ଠ ୧୦ ତାଲିକାରେ ଅଛନ୍ତି, ବାବିଲଲା ଚିଦ୍‌ବିଳାସ ରେଡ୍ଡୀ, ରମେଶ ସୂର୍ଯ୍ୟ ତେଜା, ଋଷି କାର୍ଲା, ରାଘବ ଗୋୟାଲ୍‌, ଆଡ୍ଡାଗଡ଼ା ଭେଙ୍କଟ ଶିବରାମ, ପ୍ରଭାବ ଖଣ୍ଡେଲ୍‌ୱାଲ୍‌, ବିକ୍କିନା ଅଭିନବ ଚୌଧୁରୀ, ମଳୟ କେଡିଆ, ନାଗୀରେଡ୍ଡୀ ବଲାଜୀ ରେଡ୍ଡୀ ଓ ଯାକ୍କାନ୍ତି ପାଣି ଭେଙ୍କଟ ମଣିଧର ରେଡ୍ଡୀ।