Advertisment

ପ୍ରକାଶ ପାଇଲା JEE(ମେନ୍‌) ରେଜଲ୍ଟ

ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
JEE Mains 2023 Result 2023

JEE Mains 2023 Result Announced

ପ୍ରକାଶ ପାଇଲା JEE(ମେନ୍‌) ରେଜଲ୍ଟ। ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ। ଅଫିସିଆଲ ୱେବସାଇଟ୍ - http://jeemain.nta.nic.inରେ ରେଜଲ୍ଟ ଚେକ୍‌ କରିପାରିବେ।

Advertisment

ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍‌ କରିପାରିବେ। JEE (ମେନ୍)-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍‌ ୨ ପରୀକ୍ଷା ଦେଇଥିଲେ। 

କେଉଁଠି ଚେକ୍‌ କରିବେ ରେଜଲ୍ଟ...

https://testservices.nic.in/resultservices/JEEMAIN-auth-23
https://ntaresults.nic.in/resultservices/JEEMAIN-auth-23

Advertisment

କେମିତି ଚେକ୍‌ କରିବେ ରେଜଲ୍ଟ...

  • ଉପରେ ଦିଆଯାଇଥିବା ଯେକୌଣସି ୱେବ୍‌ସାଇଟ୍‌କୁ ଯାଆନ୍ତୁ
  • ଏହାପରେ ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦିଅନ୍ତୁ
  • ସିକ୍ୟୁରିଟି କୋଡ୍‌ ଦେଇ ଏହାକୁ ସବ୍‌ମିଟ୍‌ କରନ୍ତୁ
  • ଏହାପରେ ଆପଣ ସ୍କ୍ରିନ୍‌ ଉପରେ ରେଜଲ୍ଟ ଦେଖିପାରିବେ
NTA JEE Main Result
Advertisment
Advertisment