Advertisment

କୋଭିଡ୍ ଅନାଥଙ୍କୁ କେଭିରେ ମାଗଣାରେ ପଢ଼ିବା ଲାଗି ସୁଯୋଗ

ପୂର୍ବରୁ ଲୋକସଭା ସାଂସଦ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ୧୦ ଜଣ ପିଲାଙ୍କୁ ନାଁ ଲେଖାଇବାକୁ ସୁପାରିଶ କରିପାରୁଥିଲେ।

author-image
Chandan Shishu
Kendriya Vidyalaya

Kendriya Vidyalaya

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହେଲା ନୂଆ ବ୍ୟବସ୍ଥା। କୋଭିଡ୍ ଅନାଥଙ୍କୁ ମାଗଣାରେ ପଢ଼ିବା ଲାଗି କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ୟବସ୍ଥା। ନୂଆ ବ୍ୟବସ୍ଥାରେ କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କୁ ନାଁ ଲେଖାଇବାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି। ପିଏମ୍ କେୟାର ଫର୍ ଚିଲଡ୍ରେନ୍ ଯୋଜନାରେ କରୋନା ମହାମାରୀ ଅନାଥଙ୍କୁ ନାଁ ଲେଖାଇବା ଲାଗି ସୁଯୋଗ ମିଳିବ।

Advertisment

କୋଭିଡ୍ ଅନାଥଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଦେଇଥିବା ତାଲିକା ଭିତ୍ତିରେ ପିଲାଙ୍କୁ ନାଁ ଲେଖାଇବାର ସୁଯୋଗ ମିଳିବ। ପ୍ରତ୍ୟେକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ ଜଣ ଏବଂ ଶ୍ରେଣୀ ପ୍ରତି ସର୍ବାଧିକ ୨ ଜଣଙ୍କୁ ନାଁ ଲେଖାଇବାର ସୁଯୋଗ ମିଳିପାରିବ। ଏହି କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ସମସ୍ତ ଫି ଛାଡ଼ କରାଯିବ।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ କୋଭିଡ଼ ଅନାଥ। ଏହାସହ ଚଳିତ ଶିକ୍ଷାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇବା ପ୍ରକ୍ରିୟାରୁ ସାଂସଦଙ୍କ କୋଟା ଉଚ୍ଛେଦ କରାଯାଇଛି।

Advertisment

ପୂର୍ବରୁ ଲୋକସଭା ସାଂସଦ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ୧୦ ଜଣ ପିଲାଙ୍କୁ ନାଁ ଲେଖାଇବାକୁ ସୁପାରିଶ କରିପାରୁଥିଲେ। ସେହିପରି ରାଜ୍ୟସଭା ସାଂସଦ, ଯେଉଁ ରାଜ୍ୟରୁ ସେ ପ୍ରତିନିଧିତ୍ୱ କରନ୍ତି, ସଂପୃକ୍ତ ରାଜ୍ୟରୁ ୧୦ ଜଣ ପିଲାଙ୍କୁ ସୁପାରିଶ କରିପାରୁଥିଲେ। 

Covid Orphans
Advertisment
Advertisment