• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରକାଶ ପାଇଲା ଚଳିତ ବର୍ଷର +୨ ପ୍ରଥମ କଟ୍‌ଅଫ୍‌ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । ରେଭେନ୍ସାରେ କଳାରେ ୮୦%, ବିଜ୍ଞାନରେ ୯୧.୬୭ କଟ୍‌ଅଫ୍‌ ମାର୍କ ରଖିଛନ୍ତି । ବାଣିଜ୍ୟରେ ୭୯.୨୦% କଟ୍‌ଅଫ୍‌ ସହ ରେଭେନ୍ସା ସବୁଠୁ ଆଗରେ ରହିଛି ।

+୨ ବିଜ୍ଞାନ ପାଇଁ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ ୯୧.୬୭% ରହିଥିବା ବେଳେ ୨ୟରେ ବାଲେଶ୍ୱର ଏଫ୍‌ଏମ୍ (ଫକିରମୋହନ କଲେଜ) ୯୦%, ୩ୟରେ ବିଜେବି ୮୯%, ୪ର୍ଥରେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ ୮୯% ଏବଂ ୫ମରେ ସୋର ୟୁଏନ୍ ୮୬.୮୩% ରହିଛି ।

ସେହିପରି +୨ କଳାରେ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ ୮୦% ରହିଥିବା ବେଳେ ୨ୟରେ ରାଉରକେଲା ସରକାରୀ କଲେଜ ୭୯%, ୩ୟରେ ଡିଏଭି ଟିଟିଲାଗଡ଼ ୭୮.୬୭%, ୪ର୍ଥରେ ଏଫ୍ଏମ୍ ବାଲେଶ୍ୱର ୭୮% ଏବଂ ୫ମରେ ଭବାନୀପାଟଣା କଲେଜ ୭୭.୫୦% ରହିଛି ।

+୨ ବାଣିଜ୍ୟରେ ରେଭେନ୍ସା କଟ୍ଅଫ୍‌ ସର୍ବାଧିକ ୭୯.୨୦% ଥିବାବେଳେ ୨ୟରେ ରାଉରକେଲା ସରକାରୀ କଲେଜ ୭୭.୩୩ % , ୩ୟରେ ବିଜେବି ୭୩%, ୪ର୍ଥରେ କଟକ ଜେକେବିକେ ୭୨.୨୦% ଏବଂ ୫ମରେ କଟକ ଶୈଳବାଳା ୭୨.୧୭% ରହିଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିନ ୧୧ଟା ୪୫ ରେ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଏହାସହିତ ଛାତ୍ର ଛାତ୍ରୀ ନିଜର ଇନଂଟିମେଶନ ଲେଟର ସାମସ୍ ପୋର୍ଟାଲରୁ ଡାଉନ୍ ଲୋଡ କରିପାରିବେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ ।

ଜୁଲାଇ ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା । ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ସୂଚନାଯୋଗ୍ୟ ଜୁନ ୩୦ ରୁ ସାମସ୍ ପୋର୍ଟାଲ ରେ ଆବେଦନ ଶେଷ ହୋଇଥିଲା । ଚଳିତ ଥର ରାଜ୍ୟରେ ଥିବା ୨୧୫୮ ହାଇଆର ସେକେଣ୍ଡାରୀ ସ୍କୁଲରେ ଥିବା ୫ଲକ୍ଷରୁ ଅଧିକ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୨,୨୭୯ ଜଣ  ଛାତ୍ରଛାତ୍ରୀ।

  • Reported by:
  • JAGDISH DAS