Error In OPSC SDIPRO Exam
ସାମ୍ବାଦିକଙ୍କ ପରୀକ୍ଷାରେ ବଡ଼ ବିଭ୍ରାଟ । OPSCର ନାହିଁ ନିଘା । ପ୍ରଶ୍ନପତ୍ରରେ ନାହିଁ ତାଳମେଳ । OPSC ପରିଚାଳିତ ଓଡ଼ିଶା ଇନଫର୍ମେସନ୍ ସର୍ଭିସ୍ ପରୀକ୍ଷାରେ ତ୍ରୁଟି ଅଭିଯୋଗ। ସାମ୍ବାଦିକତା ଓ ଗଣ ଯୋଗାଯୋଗ ପେପରରେ ଶହେ ମାର୍କ ବଦଳରେ ରହିଛି ୯୪ ନମ୍ବରର ପ୍ରଶ୍ନ। ଅର୍ଥାତ ପୂର୍ଣ୍ଣ ସଂଖ୍ୟାଠୁ ୬ ମାର୍କ କମ୍ ଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ ଆଣିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଏବଂ ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ପାଇଁ କଟକ ସହରର ୨ଟି ପରୀକ୍ଷା କେନ୍ଦ୍ରରେ କରାଯାଉଥିଲା ଲିଖିତ ପରୀକ୍ଷା। ଆଜି ଥିଲା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପର୍। ତେବେ ଶହେ ମାର୍କ ବିଶିଷ୍ଟ ଏହି ପ୍ରଶ୍ନପତ୍ରରେ ରହିଥିଲା ୯୪ ମାର୍କ। ପୂର୍ଣ୍ଣ ସଂଖ୍ୟା ଠାରୁ ୬ ମାର୍କ କମ୍ ଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ: ପୂର୍ବ ସରକାର ବନ୍ଦ କରିଥିଲେ, ଆମେ ସ୍କୁଲ୍ ଖୋଲିବୁ: ଗଣଶିକ୍ଷା ମନ୍ତ୍ରୀ
ଯାହାକୁ ନେଇ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ତେବେ କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ତ୍ରୁଟି ? କେମିତି ହେଲା ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
ଏପଟେ OIS ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗରେ ମୁହଁ ଖୋଲିଛି OPSC। ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ OPSCର ସୂଚନା ଦେଇଛି। ଏହା ମୁଦ୍ରଣଜନିତ ତ୍ରୁଟି, ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ କହିଛି OPSC ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743348405.jpg)