Advertisment

Seat Vacant: ବୈଷୟିକ ଶିକ୍ଷା ମୁହାଁ ପିଲା, ଜୁନିୟର କଲେଜରେ ଦେଢ଼ ଲକ୍ଷରୁ ଅଧିକ ସିଟ୍ ଫାଙ୍କା

ଚଳିତ ଶିକ୍ଷା ବର୍ଷରେ ରାଜ୍ୟର ବିଭିନ୍ନ ଜୁନିୟର କଲେଜରେ ୧ ଲକ୍ଷ ୭୫ ହଜାରରୁ ଅଧିକ ସିଟ୍ ଫାଙ୍କା ପଡିଛି। ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉଦ୍ଦେଶ୍ୟରେ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷାମୁହାଁ ହେଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ରାଜ୍ୟରେ ମୋଟ ୨ ହଜାର ୪୨୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବା ବେଳେ ସିଟ୍ ସଂଖ୍ୟା ରହିଛି ମୋଟ ୫ ଲକ୍ଷ ୭୨ ହଜାର ୭୧୫ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
vocational

vocational

ପ୍ଲସ୍ ଟୁ ନୁହଁ, ବୈଷୟିକ ଶିକ୍ଷା ପ୍ରତି ଆଗ୍ରହୀ ହେଉଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ବିଭିନ୍ନ କଲେଜରେ ଏଥର ଦେଢ ଲକ୍ଷରୁ ଅଧିକ ସିଟ୍ ଫାଙ୍କା ପଡିବା ପରେ ଏହା ଜଣାପଡିଛି । ଗତ ୨୪ରୁ ପାଠ ପଢା ଆରମ୍ଭ ହୋଇଯାଇଥିଲେ ସାମ୍ସର ଜଟିଳ ପ୍ରକ୍ରିୟା ପାଇଁ ନାମ ଲେଖା ଶେଷ ହୋଇନାହିଁ । ସେପଟେ ନିଯୁକ୍ତି ଉପଯୋଗୀ ପରିବେଶ ପାଇଁ ଅଧିକ ଟେକ୍ନିକାଲ୍ ସିଟ୍ ଖୋଲାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ଶିକ୍ଷାବିତ ।

Advertisment

ପ୍ଲସ ଟୁ ପଢିବା ପାଇଁ କମିଯାଉଛି କି ପିଲାଙ୍କ ଆଗ୍ରହ ? ଏହା ପଛରେ ନିର୍ଦ୍ଦିଷ୍ଟ କାରଣ କଣ ? କେବଳ ବୈଷୟିକ ଶିକ୍ଷା ନାଁ ଅନ୍ୟ କିଛି ? ଚଳିତ ଶିକ୍ଷା ବର୍ଷରେ ରାଜ୍ୟର ବିଭିନ୍ନ ଜୁନିୟର କଲେଜରେ ୧ ଲକ୍ଷ ୭୫ ହଜାରରୁ ଅଧିକ ସିଟ୍ ଫାଙ୍କା ପଡିଛି। ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉଦ୍ଦେଶ୍ୟରେ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷାମୁହାଁ ହେଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ରାଜ୍ୟରେ ମୋଟ ୨ ହଜାର ୪୨୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବା ବେଳେ ସିଟ୍ ସଂଖ୍ୟା ରହିଛି ମୋଟ ୫ ଲକ୍ଷ ୭୨ ହଜାର ୭୧୫ । ସେଭିତରୁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଆଡ଼ମିଶନରେ ୬୫ ପ୍ରତିଶତ ସିଟ୍ ପୁରଣ ହୋଇଛି। ଅର୍ଥାତ୍ ୩ ଲକ୍ଷ ୭୧ ହଜାର ୨୦୭ ଜଣ ଛାତ୍ରଛାତ୍ରୀ ଆଡ଼ମିଶନ କରିଥିବା ବେଳେ ଆହୁରି ୨ ଲକ୍ଷରୁ ଅଧିକ ସିଟ୍ ଫାଙ୍କା ପଡିଛି। ଏହାଭିତରୁ ସ୍ପଟ୍ ଆଡ଼ମିଶନ ପାଇଁ ପାଖାପାଖି ୫୩ ହଜାର ପିଲା ଆବେଦନ କରିଥିବା ବେଳେ ମାତ୍ର ୨୫ ହଜାର ୪୩୪ ପିଲା ଯୋଗ୍ୟ ବିବେଚିତ ହୋଇଛନ୍ତି। ଯଦି ସେତିକି ଛାତ୍ରଛାତ୍ରୀ ନାଁ ଲେଖାନ୍ତି ତଥାପି ଲକ୍ଷେ ୭୫ ହଜାର ସିଟ୍ ଫାଙ୍କା ପଡ଼ିବା ଏକପ୍ରକାର ସୁନିଶ୍ଚିତ। ତେଣେ ଛାତ୍ରଛାତ୍ରୀଙ୍କ କହିବା କଥା ବୈଷୟିକ ଶିକ୍ଷାର ଚାହିଦା ରହିଛି । ନିଯୁକ୍ତି କ୍ଷେତ୍ରରେ ଏହା ସହାୟକ ହେବ।...

ରାଜ୍ୟରେ ପ୍ଲସଟୁ ପାଇଁ ସ୍ପଟ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟୁଡେଣ୍ଟ ଏକଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ ବା ସାମ୍ସ। ଶିକ୍ଷାବତଙ୍କ ମତରେ ସାମ୍ସର ନାମଲେଖାର ଜଟିଳ ପ୍ରକ୍ରିୟା ଯୋଗୁ ପାଠ ପଢାର ବିଳମ୍ବ ହେଉଛି । ଆଉ ଏଥିପାଇଁ ଅଧିକାଂଶ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପାଇଁ ରାଜ୍ୟ ବାହାରକୁ ଚାଲିଯିବାକୁ ପସନ୍ଦ କରୁଛନ୍ତି । ଗତ ସରକାର ସମୟରେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ଅପଗ୍ରେଡେସନ ନାଁରେ ଅହେତୁକ ଅନୁକମ୍ପା ଦେଖାଇ ସିଟ୍ ବଢାଇବାକୁ ଅନୁମତି ପ୍ରଦାନ କରାଯିବା ଏହା ପଛରେ ଆଉ ଏକ କାରଣ ବୋଲି କହିଛନ୍ତି ଶିକ୍ଷାବିତ୍ । ଯାହାଫଳରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ମାନଙ୍କରେ ସିଟ୍ ଖାଲି ପଡ଼ୁଛି। ତେଣୁ ଶିକ୍ଷା ବିଭାଗ ଆଖିଦୃଶିଆ ପଦକ୍ଷେପ ନେବା ସହ ଟେକ୍ନିକାଲ ଶିକ୍ଷାରେ ଅଧିକ ସିଟ୍ ଖୋଲିବାକୁ ମତ ରଖିଛନ୍ତି।...

Advertisment

ଗତ ମାସ ୨୪ ତାରିଖରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହୋଇଯାଇଥିଲେବି ଏପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଶେଷ ହୋଇନି । ନାମଲେଖା ପ୍ରକ୍ରିୟା ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ଚାଲିବ । ଯାହାଫଳରେ ପଛରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ସେମିଷ୍ଟର ପରୀକ୍ଷାରୁ ବି ବଞ୍ଚିତ ହେବାର ସମ୍ଭାବନା ରହିଛି।.

ଅଧିକ ପଢ଼ନ୍ତୁ: ରକ୍ଷାବନ୍ଧନର ରୋଚକ କଥା, କାହିଁକି ପାଳନ ହୁଏ ରାକ୍ଷି ପୂର୍ଣ୍ଣିମା, ପଢ଼ନ୍ତୁ ପୁରାଣର ତିନୋଟି କାହାଣୀ

Arts Commerce Science And Vocational Vocational Education In Odisha Schools
Advertisment
Advertisment