Advertisment

OAS ମେନ୍ ପରୀକ୍ଷା ସ୍ଥଗିତ ରଖ ! ନିଷ୍ପତ୍ତି ବଦଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

କରୋନା କାଳରେ ଓଏଏସ ମେନ୍ ପରୀକ୍ଷା ହେଲେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବନି ତ ଆଶାୟୀ? ଯଦି ସେପରି ହୁଏ, ତାହେଲେ କିଏ ଦାୟୀ ରହିବେ?

author-image
Chandan Shishu
ଅଦ୍ୟତନ ହୋଇଛି
OAS main Exam

OAS main Exam

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ହୁ ହୁ ବଢୁଥିବାରୁ ଏବେ ସ୍ଥଗିତ ରହୁ OPSC ମେନ୍ ପରୀକ୍ଷା। କରୋନାର ଲହର ନିଆଁ ଭଳି ବ୍ୟାପୁଥିବାରୁ ଆଉ କିଛି ଦିନ ଘୁଞ୍ଚାଇ ଦିଆଯାଉ। ଓଡ଼ିଶା ସିଭିଲ ସର୍ଭିସର ମୁଖ୍ୟ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଚଳିତ ଜାନୁଆରୀ ୨୦ରୁ ଫେବ୍ରୁଆରୀ ୮ ଯାଏଁ ଓଡ଼ିଶା ଲୋକସେବା ଆୟୋଗ ଆୟୋଜନ କରିବାକୁ ଯାଉଛନ୍ତି OAS ମେନ୍। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖି ପରୀକ୍ଷା ସପକ୍ଷରେ ନାହାନ୍ତି ଆଶାୟୀ ପ୍ରାର୍ଥୀ।

Advertisment

ସେମାନଙ୍କ ଯୁକ୍ତି ପରୀକ୍ଷା ଦେବାକୁ ଥିବା ପ୍ରାୟ ୫ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହେଲେଣି। ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ବଢ଼ି ଯାଉଥିବା ଏବଂ ଆଗକୁ ସଂକ୍ରମଣ ପିକ୍ ହେବାକୁ ଥିବାରୁ ୨୦ ଦିନର ଲମ୍ବା ପରୀକ୍ଷା ଅବଧି ଭିତରେ ଆଶାୟୀ ଓ ଅନ୍ୟମାନେ ବ୍ୟାପକ ସଂକ୍ରମଣ ଶିକାର ହୋଇପାରନ୍ତି। OAS ଆଶାୟୀମାନେ ରାଜ୍ୟର ଛାତ୍ର ସଂପଦ ହୋଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀ ବିଚାର କରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଏପଟେ ପରୀକ୍ଷା ସ୍ଥଗିତ ପାଇଁ ସାରା ଦେଶରେ ଆଶାୟୀଙ୍କ ଦାବି ପରେ ବି ଜାନୁଆରୀ ୭ରୁ ଆରମ୍ଭ ହୋଇଛି UPSC ମେନ୍ ପରୀକ୍ଷା। ତେଣୁ ସେହି ଆଧାରରେ ଆୟୋଗ OAS ମେନ୍ ପରୀକ୍ଷା କରାଇବାକୁ ଚାହୁଁଛନ୍ତି। ହେଲେ ଏପେଟେ ରାଜ୍ୟରେ କୋଭିଡର ଦୃତ ସଂକ୍ରମଣ ଭିତରେ ସ୍କୁଲ, କଲେଜ ସହ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି ସରକାର।

Advertisment

କେବଳ ପରୀକ୍ଷାକୁ ଅନୁମତି ଥିଲେ ବି ଏଠାରେ ପ୍ରଶ୍ନ ଉଠୁଛି ଦିନକୁ ଦିନ ବଢୁଥିବା ଟ୍ରେଣ୍ଡ୍ ଭିତରେ ଓଏଏସ ମେନ୍ ପରୀକ୍ଷା ହେଲେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବନି ତ ଆଶାୟୀ? ଯଦି ସେପରି ହୁଏ, ତାହେଲେ କିଏ ଦାୟୀ ରହିବେ? ଏପଟେ କୋଭିଡ୍ ଆକ୍ରାନ୍ତ ହୋଇଥିବା ବହୁ ପରୀକ୍ଷାର୍ଥୀ ଅସୁସ୍ଥ ଥିବାରୁ ସେମାନେ ଅନ୍ୟମାନଙ୍କ ପାଇଁ ବିପଦର କାରଣ ସାଜିପାରନ୍ତି। ତେଣୁ ସେମାନଙ୍କ ପାଇଁ କି ବ୍ୟବସ୍ଥା ହେବ? ଏ ସମ୍ପର୍କରେ ଓଡ଼ିଶା ଲୋକସେବା ଆୟୁକ୍ତଙ୍କ ପ୍ରତିକ୍ରିୟା ଚାହିଁଥିଲେ ବି ତାହା ମିଳିପାରିନି।

ରିପୋର୍ଟ: ଗୌତମ ପଣ୍ଡା

OPSC Main Exam Lokseva Aayog
Advertisment
Advertisment