ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ବି ମିଳିବ ମଧ୍ୟାହ୍ନ ଭୋଜନ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭୦.୭୧ କୋଟି ଟଙ୍କା । ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ ।
Also Read
ଅଧିକ ପଢ଼ନ୍ତୁ: ଲୋୟର PMGରେ କଂଗ୍ରେସର ଆନ୍ଦୋଳନ, ପୋଲିସ୍ ଗାଡ଼ି ପୋଡ଼ିବାକୁ କରିଥିଲେ ଉଦ୍ୟମ
ସେହିପରି ଏଣିକି ପିଲାଙ୍କୁ ପୁଷ୍ଟିକର ଲଡୁ ସହ ଅଣ୍ଡା ମିଳିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ । କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ । ସେହିପରି ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମିଳିବ । ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ । ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ପିଲାଙ୍କୁ ଲଡୁ ଓ ଅଣ୍ଡା ମିଳିବ ।