/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657449491.jpg)
Class 10 syllabus for 2022-23 session: Odisha to include Covid management, climatic change
ଏଣିକି ସ୍କୁଲ୍ରେ ପଢ଼ାଯିବ କୋଭିଡ୍ ପାଠ । ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ମାଟ୍ରିକ ସିଲାବସ୍ରେ ଏହି ବିଷୟ ସଂପର୍କରେ ପଢ଼ାଯିବ । ଏହା ସହିତ ମନ୍ତ୍ରୀ କହିଛନ୍ତି, ଏହି ସେସନ୍ରୁ ମାଟ୍ରିକର ଶହେ ପ୍ରତିଶତ ସିଲାବସ୍ ପାଠ ପଢ଼ାଯିବ । ଏହାସହ ପରୀକ୍ଷା ମଧ୍ୟ ସେହି ଅନୁସାରେ ହେବ । ସ୍କୁଲ ଆସୁଥିବା ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡ୍ ଲାଇନ୍ ଜାରି କରିଛି । ତାହା ପାଳନ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷେ, ନିକଟରେ ମହାମାରୀ ଭିତରେ ଚଳିତ ବର୍ଷ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଏଥର ପାସ୍ ହାର ୯୦. ୫୫ ପ୍ରତିଶତ ରହିଛି । ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ୧୧୭୦ ସ୍କୁଲରେ ଶତ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ଟି ସ୍କୁଲରେ ଜିରୋ ରେଜଲ୍ଟ ହୋଇଛି । ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆସନ୍ତା ୧୧ରୁ ୨୫ ତାରିଖ ଯାଏଁ ଅନଲାଇନରେ ରିଚେକିଂ ପାଇଁ ଆବେଦନ କରିପାରିବେ । କରୋନା କାଳରେ ଲକଡାଉନ ଯୋଗୁଁ ୨ ବର୍ଷ ଧରି ଅଫଲାଇନ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ I କିନ୍ତୁ ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଫଲାଇନ ମୋଡ ତଥା ପରୀକ୍ଷା ହଲରେ ଦେଇଥିଲେ ମାଟ୍ରିକ ଏକଜାମ I ଏଥର ନୂଆ ପଦ୍ଧତିରେ ମୂଲ୍ୟାୟନ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)