Advertisment

’୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ରେଜଲ୍ଟ’

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ସରି ଥିବାବେଳ ଆସନ୍ତା ୧୨ରୁ ଖାତା ଦେଖା ହେବ। ୨୦ ତାରିଖ ସୁଦ୍ଧା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ ପ୍ରକାଶ କରିବା ପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
’୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ରେଜଲ୍ଟ’

Education Minister Samir Dash on matric results

ଭୁବନେଶ୍ୱେର: ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ସରି ଥିବାବେଳ ଆସନ୍ତା ୧୨ରୁ ଖାତା ଦେଖା ହେବ। ୨୦ ତାରିଖ ସୁଦ୍ଧା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ରେଜଲ୍ଟ ପ୍ରକାଶ କରିବା ପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। 

Advertisment

ଯୁକ୍ତ ୨ ନାମଲେଖାକୁ ନେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଗତବର୍ଷ ଅଗଷ୍ଟ ୨୧ରେ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏଥର ୫୫ ହଜାରରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ କଲେଜ ଗୁଡିକ ଆବେଦନ କରିଛନ୍ତି। ତେବେ ବିଜ୍ଞାନ ପାଇଁ ଲାବୋରେଟୋରୀ ସମସ୍ୟା ହୋଇପାରେ। ତେଣୁ ଏସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି। ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ବୈଠକ ବସିଥିଲା। ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି। ସେମାନେ ଲାବୋରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଥିବା ମନ୍ତ୍ରୀ କହିଛନ୍ତି।

ସୂଚନାଥାଉ କି, କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା କରାଯାଇନଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇ ରେଜଲ୍ଟ ପ୍ରକାଶିତ କରାଯାଇଥିଲା। ତେବେ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଆଜିଠାରୁ ଆରମ୍ଭ ହୋଇଛି ଅଫ୍ ଲାଇନ୍ ପରୀକ୍ଷା।ତେବେ କେତେକ ସ୍ଥାନରେ ଆଡ୍‌ମିଟ୍‌ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି। ଚଳିତ ଥର ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାରେ ୯୭.୮୯% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ମୋଟ୍‌ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ।

Advertisment
Samir Ranjan Dash Matric Offline Exam
Advertisment
Advertisment