• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ

  • ସ୍କୁଲରେ କ୍ରୀଡ଼ା ଉତ୍ସବ, ସାଂସ୍କୃତିକ କାଯର୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ

  • ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ

ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ରାଜ୍ୟ ସରକାର ସ୍ଥିର କରିବେ । ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ । ସ୍କୁଲରେ କ୍ରୀଡ଼ା ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ । ସେହିପରି ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

କଣ୍ଟେନମେଣ୍ଟ ଜୋନରେ ରହୁଥିବା ସ୍କୁଲ ବସ୍ ଡ୍ରାଇଭରଙ୍କୁ ଆସିବାକୁ ବାରଣ କରାଯାଇଛି । ଏବେ ୧୧ଟି ରାଜ୍ୟରେ ପୂର୍ଣ୍ଣ କ୍ଷମତାରେ ସ୍କୁଲ ଖୋଲିଛି । ୧୬ଟି ରାଜ୍ୟରେ କେବଳ ବଡ଼ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ବାକି ୯ଟି ରାଜ୍ୟରେ ସ୍କୁଲ ଆଦୌ ଖୋଲାଯାଇ ନାହିଁ । ଟିକାକରଣ ତ୍ୱରାନ୍ୱିତ ସହ କୋଭିଡ଼ ଗାଇଡଲାଇନ ମାନି ସ୍କୁଲ ଖୋଲାଯାଇ ପାରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ।

ଗତବର୍ଷ ଅକ୍ଟୋବର ୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ, ସ୍କୁଲ୍‌ ଆସିବାକୁ ଇଚ୍ଛୁକ ଶିକ୍ଷାର୍ଥୀମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅଭିଭାବକଙ୍କ ସମ୍ମତି ବାଧ୍ୟତାମୂଳକ କରିଥିଲେ । [ଆଉ ଏବେ କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ନିୟମର ସଂଶୋଧନ କରାଯାଇଛି ।