CBSE Releases Syllabus For 10th, 12th Exams 2023; Two Term System Discontinued
ବଦଳିଲା ସିବିଏସ୍ଇ ପାଠ୍ୟକ୍ରମ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଇତିହାସ ଏବଂ ରାଜନୈତିକ ବିଜ୍ଞାନର ପାଠ୍ୟକ୍ରମରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି । କେବଳ ଏତିକି ନୁହେଁ, ଦଶମ ପାଠ୍ୟକ୍ରମରୁ ମଧ୍ୟ କିଛି ବିଷୟବସ୍ତୁକୁ ହଟାଇଦିଆଯାଇଛି ।
ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ, ଆଫ୍ରିକା-ଏସିଆରେ ଇସ୍ଲାମ୍ ଶାସନ, ମୋଗଲ ଶାସନ ସମୟର ରାଜଦରବାର ସଂକ୍ରାନ୍ତ ବିବରଣୀ, ଶିଳ୍ପ ବିପ୍ଲବ ଆଦି ବିଷୟବସ୍ତୁକୁ ପାଠ୍ୟକ୍ରମରୁ ହଟାଇ ଦିଆଯାଇଛି। ସେହିପରି ଦଶମ ଶ୍ରେଣୀ ପାଠ୍ୟକ୍ରମର ଖାଦ୍ୟ ସୁରକ୍ଷା ଅଧ୍ୟାୟରୁ ‘କୃଷି ଉପରେ ଜଗତୀକରଣର ପ୍ରଭାବ ବିଷୟବସ୍ତୁକୁ ହଟାଇଦିଆଯାଇଛି ।
ଫଇଜ ଅହମ୍ମଦଙ୍କ କବିତାକୁ ହଟାଇଦିଆଯାଇଛି
'ଧର୍ମ, ସାମ୍ପ୍ରଦାୟିକତା ଏବଂ ରାଜନୀତି-ସାମ୍ପ୍ରଦାୟିକତା ଧର୍ମନିରପେକ୍ଷ ରାଜ୍ୟ' ବିଭାଗର କବି ଫଇଜ ଅହମ୍ମଦଙ୍କ ଦୁଇଟି କବିତାର ଅଂଶକୁ ମଧ୍ୟ ହଟାଇଦିଆଯାଇଛି । ସିବିଏସ୍ଇ ସିଲାବସ୍ରେ ଥିବା 'ଗଣତନ୍ତ୍ର ଏବଂ ବିବିଧତା' ବିଷୟବସ୍ତୁକୁ ହଟାଇ ଦିଆଯାଇଛି ।
NCERT ସୁପାରିଶ ଅନୁଯାୟୀ ହୋଇଛି ପରିବର୍ତ୍ତନ
ଏନେଇ ସିବିଏସ୍ଇର ଜନୈକ ଅଧିକାରୀ କହିଛନ୍ତି ଯେ, ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ଜାତୀୟ ପରିଷଦର (ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ- NCERT)ର ସୁପାରିଶ ଅନୁଯାୟୀ ପାଠ୍ୟକ୍ରମରେ ଏହି ପରିବର୍ତ୍ତନ କରାଯାଇଛି ।
ପୂର୍ବରୁ ମଧ୍ୟ ସିବିଏସ୍ଇ ନିଜ ପାଠ୍ୟକ୍ରମରେ ପରିବର୍ତ୍ତନ କରିଥିଲା । ୨୦୨୦ରେ ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରେ ସିବିଏସ୍ଇ ପରିବର୍ତ୍ତନ କରିଥିଲା ହେଲେ ୨୦୨୧-୨୨ରେ ହଟାଇ ଦିଆଯାଇଥିବା ପାଠ୍ୟକ୍ରମକୁ ସିବିଏସ୍ଇ ପୁନର୍ବାର ନିଜ ପାଠ୍ୟକ୍ରମରେ ସାମିଲ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)