Advertisment

CBSE Books: ବିନା ବହିରେ ପାଠ ପଢ଼ୁଛନ୍ତି CBSE ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ

ନୂଆ କ୍ଳାସ୍ ଆରମ୍ଭ ହେବାର ସପ୍ତାହେ ବିତିଲାଣି, ତଥାପି ପିଲାଙ୍କ ପାଖରେ ନାହିଁ ବହି । CBSE ଚତୁର୍ଥ, ପଞ୍ଚମ,ସପ୍ତମ ଏବଂ ଅଷ୍ଟମ ପିଲାଙ୍କ କ୍ଷେତ୍ରରେ ଦେଖାଦେଇଛି ଏଭଳି ସମସ୍ୟା ।

ଅଦ୍ୟତନ ହୋଇଛି
CBSE Book Tension

CBSE Book Tension

Advertisment

ନୂଆ କ୍ଳାସ୍ ଆରମ୍ଭ ହେବାର ସପ୍ତାହେ ବିତିଲାଣି, ତଥାପି ପିଲାଙ୍କ ପାଖରେ ନାହିଁ ବହି । CBSE ଚତୁର୍ଥ, ପଞ୍ଚମ,ସପ୍ତମ ଏବଂ ଅଷ୍ଟମ ପିଲାଙ୍କ କ୍ଷେତ୍ରରେ ଦେଖାଦେଇଛି ଏଭଳି ସମସ୍ୟା । ସିଲାବସ୍ ବଦଳିବ, ଆସିବ ନୂଆ ବହି । ଜାତୀୟ ଶିକ୍ଷା ନୀତିର ଫ୍ରେମ୍ ୱାର୍କ ଅନୁଯାୟୀ ଚଳିତ ବର୍ଷ CBSEର ଚତୁର୍ଥ, ପଞ୍ଚମ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ପ୍ରକାଶ ପାଇବ ନୂଆ ଟେକ୍ସଟ୍ ବୁକ୍ ।

Advertisment

ଗତ ମାର୍ଚ୍ଚ ୧୦ ତାରିଖରେ NCERT ଦ୍ବାରା ପ୍ରକାଶିତ ହୋଇଥିଲା ନିର୍ଦ୍ଦେଶନାମା । କିନ୍ତୁ, କେବେସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଖରେ ନୂଆବହି ପହଞ୍ଚିବ ସେନେଇ ଏଥିରେ କୌଣସି ସୂଚନା ନଥିଲା । ଗଲା ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଛି । କିନ୍ତୁ, ଛାତ୍ରଛାତ୍ରୀ ମାନେ ପୁରୁଣା ବହିରେ ପାଠ ପଢୁଛନ୍ତି । ଯାହାକୁ ନେଇ ଦ୍ବନ୍ଦ୍ବରେ ଚତୁର୍ଥ, ପଞ୍ଚମ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ।

ସ୍କୁଲମାନଙ୍କରେ କେବଳ ବ୍ରିଜ୍ ପ୍ରୋଗ୍ରାମ ଚାଲିଛି । ଅର୍ଥାତ୍ ପୁରୁଣା ବର୍ଷର ପାଠ ଏବଂ ନୂଆ ଶ୍ରେଣୀର ସାଧାରଣ ବିଷୟ ବସ୍ତୁକୁ ନେଇ ପଢାଉଛନ୍ତି ଶିକ୍ଷକଶିକ୍ଷୟିତ୍ରୀ । ନୂଆ ବହି ପ୍ରକାଶ ପାଇଲେ ହିଁ କେଉଁ ବିଷୟ ରହିବ, କେଉଁଟା ହଟିବ ସେହି ଦ୍ବନ୍ଦ୍ବ ଦୂର ହେବ। ଜାତୀୟ ଶିକ୍ଷାନୀତି ଫ୍ରେମୱର୍କ ଅନୁଯାୟୀ ୨୦୨୩ରେ ପ୍ରଥମ ଏବଂ ଦ୍ବିତ୍ବୀୟ ଶ୍ରେଣୀପାଇଁ ଏବଂ ୨୦୨୪ରେ ତୃତୀୟ ଏବଂ ଷଷ୍ଠ ଶ୍ରେଣୀପାଇଁ ନୂଆ ବହି ପ୍ରକାଶ କରିଥିଲା NCERT। କିନ୍ତୁ, ବାକି ଶ୍ରେଣୀପାଇଁ ଏପର୍ଯ୍ୟନ୍ତ ନୂଆ ଫ୍ରେମୱର୍କରେ ବହି ପ୍ରକାଶ ପାଇନାହିଁ । ଏନେଇ ମାର୍ଚ୍ଚ ୨୬ ତାରିଖରେ CBSE ପକ୍ଷରୁ ବିଦ୍ୟାଳୟମାନଙ୍କୁ ଅବଗତ କରାଯାଇଥିଲା ।

Advertisment

ନ୍ୟାସନାଲ୍ କରିକୁଲମ ଫ୍ରେମୱର୍କ ଅନୁଯାୟୀ ୨୫-୨୬ ଶିକ୍ଷାବର୍ଷ ପାଇଁ ନୂଆ ପୁସ୍ତିକା ଆସିବାକୁ ଥିବାରୁ ସେପର୍ଯ୍ୟନ୍ତ ପିଲାଙ୍କୁ ବ୍ରିଜ୍ ପ୍ରୋଗ୍ରାମରେ ପାଠପଢାଇବା ପାଇଁ ପରାମର୍ଶ ଦିଆଇଛି । ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ ପରିସରରେ ଥିବା ପୁସ୍ତକ ବିକ୍ରୟ କେନ୍ଦ୍ର ବହି ଆସୁନଥିବାରୁ କେନ୍ଦ୍ର ଏବେ ଖାଁ ଖାଁ ।

ବହି କେବେ ଆସିବ ସେନେଇ କୌଣସି ଉତ୍ତର ମଧ୍ୟ ନାହିଁ । ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ କରିଛି ୨୦୨୦ରୁ ଜାତୀୟ ଶିକ୍ଷାନୀତି ପ୍ରଣୟନ ହୋଇସାରିଥିଲେ ବି କଣ ପାଇଁ ୨୦୨୩ ପରଠୁ କେବଳ କିଛି ଶ୍ରେଣୀ ପାଇଁ NCERT ପୁସ୍ତକ ପ୍ରକାଶ କରୁଛି? ଏଭଳି ସ୍ଥଳେ ପିଲା ପାଠପଢିବେ କେମିତି?

Advertisment

ଅଧିକ ପଢ଼ନ୍ତୁ: ୨ ଦିନ ପରେ ସରିବ ଖାତା ଦେଖା; ମେ’ରେ ମାଟ୍ରିକ ପରୀକ୍ଷା ଫଳ

CBSE Syllabus CBSE CBSE Exam Pattern
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ