Advertisment

Girls Excel in CBSE Exams: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ; ଏଥର ବି ବାଜି ମାରିଲେ ଛାତ୍ରୀ...

ଖୁସିରେ ଝୁମୁଛନ୍ତି... ଦୀର୍ଘଦିନର ପରିଶ୍ରମ ପରେ ସଫଳତା ପାଇ ବିଭୋର ହେଉଛନ୍ତି...ସେଲିବ୍ରେସନ୍ ମୁଡରେ କୃତୀ ଛାତ୍ରଛାତ୍ରୀ। ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ।

ଅଦ୍ୟତନ ହୋଇଛି
undefined

Girls Excel in CBSE Exams

Advertisment

CBSE ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଏଥର ବି ବାଜି ମାରିଛନ୍ତି ଛାତ୍ରୀ। ଆଜି ପ୍ରକାଶିତ ରେଜଲ୍ଟରେ ଦଶମରେ ମୋଟ୍ ପାସ୍ ହାର ୯୩.୬୬ ଓ ଦ୍ୱାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି। ଭୁବନେଶ୍ବର ରିଜିୟନରେ ଦଶମରେ ୯୨.୬୪ ଏବଂ ଦ୍ବାଦଶରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ। ସାରା ଦେଶରେ ତ୍ରିଭେନ୍ଦ୍ରମ୍ ଓ ବିଜୟୱାଡ଼ା ରିଜିୟନ୍ ମିଳିତ ଭାବେ ଆଗରେ ରହିଛନ୍ତି।

Advertisment

ଖୁସିରେ ଝୁମୁଛନ୍ତି... ଦୀର୍ଘଦିନର ପରିଶ୍ରମ ପରେ ସଫଳତା ପାଇ ବିଭୋର ହେଉଛନ୍ତି...ସେଲିବ୍ରେସନ୍ ମୁଡରେ କୃତୀ ଛାତ୍ରଛାତ୍ରୀ। ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ। ଦିନ ସାଢେ ୧୧ଟାରେ ପ୍ରଥମେ ଦ୍ୱାଦଶ ଓ ପରେ ପ୍ରକାଶ ପାଇଥିଲା ଦଶମ ପରୀକ୍ଷା ଫଳ। ଭୁବନେଶ୍ବର ରିଜିୟନରେ ଚଳିତ ବର୍ଷ ଦଶମରେ ୧ ଲକ୍ଷ ୩୦ ହଜାର ୧୬୩ ଏବଂ ଦ୍ବାଦଶରେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତା’ମଧ୍ୟରୁ ଦଶମରେ ୯୨.୬୪ ପ୍ରତିଶତ ଏବଂ ଦ୍ବାଦଶରେ ପାସ୍ କରିଛନ୍ତି ୮୩.୬୪ ପ୍ରତିଶତ ଛାତ୍ରଛାତ୍ରୀ। ପୂର୍ବବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ। 

ଅଧିକ ପଢନ୍ତୁ:  ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପୁଣି ବାଜି ମାରିଲେ ଝିଅ

ଏବର୍ଷ ଦେଶବ୍ୟାପି ଦଶମରେ ୨୪ ଲକ୍ଷ ୧୨ ହଜାର ଏବଂ ଦ୍ବାଦଶରେ ୧୭ ଲକ୍ଷ ୮୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୧୭ଟି ରିଜିୟନରେ ଦଶମରେ ମୋଟ ପାସ୍ ହାର ୯୩.୬୬ ଏବଂ ଦ୍ବାଦଶରେ ପାସହାର ୮୮.୩୯ ପ୍ରତିଶତ ରହିଛି। ଗତବର୍ଷ ଭଳି ଏଥର ବି କେରଳର ତ୍ରିଭେନ୍ଦ୍ରମ୍ ଓ ଆନ୍ଧ୍ରର ବିଜୟୱାଡ଼ା ବେଶ୍ ଆଗରେ ରହିଛି। ୯୯.୭୯ ପ୍ରତିଶତ ସହ ମିଳିତ ଭାବେ ଟପ୍‌ରେ ରହିଛନ୍ତି ଉଭୟ ରିଜିୟନ। ଭୁବନେଶ୍ବରର ସ୍ଥାନ ୧୨ ନମ୍ବରରେ ଥିବାବେଳେ ଗୌହାଟୀ ସବୁଠୁ ପଛରେ ରହିଛି। ଗତବର୍ଷ ଅପେକ୍ଷା ଏଥର ଦଶମରେ ଅଧିକ ଦଶମିକ ୦୬ ପ୍ରତିଶତ ଏବଂ ଦ୍ବାଦଶରେ ଦଶମିକ ୪୧ ପ୍ରତିଶତ ଅଧିକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜବାହର ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଫଳାଫଳରେ ବେଶ୍ ଆଗରେ ରହିଛନ୍ତି।  

Advertisment

‘cbse.gov.in’, ‘cbseresults.nic.in’ ଓ ‘results.cbse.nic.in’ରେ ଫଳ ଉପଲବ୍ଧ ଥିବାବେଳେ ଡିଜି ଲକର୍, ଉମଙ୍ଗ୍ ଆପ୍, IVRS ଓ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।

CBSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ