Advertisment

CBSE Results 2023: ଏଥର ବି ପୁଅଙ୍କୁ ପଛରେ ପକାଇ ବାଜି ମାରିଲେ ଝିଅ

ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

CBSE Results

କମିଲା ପାସ୍ ହାର । ବାଜି ମାରିଲେ ଛାତ୍ରୀ । ଆଜି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସ୍କୁଲ ଗୁଡ଼ିକରେ ଉତ୍ସବର ମାହୋଲ । ମହାମାରୀ ପାଇଁ ବିନା ବୋର୍ଡ ପରୀକ୍ଷାରେ ପାସ କରିଥିବା ଦଶମ ଛାତ୍ରଛାତ୍ରୀ ଏଥର ଦ୍ୱାଦଶ ବୋର୍ଡ ଦେଇ ବେଶ୍ ଖୁସି । ତେବେ ପାସ ହାର କମିବା ପଛରେ କଠିନ ପ୍ରଶ୍ନ ପତ୍ରକୁ କାରଣ ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍ ।

Advertisment

ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% । ଆଉ ଜୀବନର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ସଫଳତାର ସେଲିବ୍ରେସନ ଚାରିଆଡ଼େ ଦେଖିବାକୁ ମିଳିଛି । ରେଜଲ୍ଟ ଜାଣିବା ପରେ ପରସ୍ପରକୁ ମିଠା ଖୁଆଇ, ବାଣ ଫୁଟାଇ ସ୍କୁଲ ଗୁଡ଼ିକରେ ଉତ୍ସବ ମନାଇଥିଲେ କୃତୀ ଛାତ୍ରଛାତ୍ରୀ । ପିଲାଙ୍କ ସୁବିଧା ପାଇଁ ବିଭିନ୍ନ ସ୍କୁଲ ପକ୍ଷରୁ ରେଜଲ୍ଟ ଡେସ୍କ ପ୍ରସ୍ତୁତ  ହୋଇଥିଲା । ଯେଉଁଠି ପିଲା ନିଜ ରେଜଲ୍ଟ ପାଇ ପାରୁଥିଲେ । ସକାଳ ୧୦ଟା ୪୫ରେ ପ୍ରଥମେ ଦ୍ୱାଦଶ ଶ୍ରେଣୀ ଫଳ ଆସିଥିଲା । ପରେ ଦିନ ସାଢେ଼ ଗୋଟାଏରେ ଆସିଥିଲା ଦଶମ ବୋର୍ଡ ରେଜଲ୍ଟ।

ଦ୍ୱାଦଶ ଶ୍ରେଣୀରେ ୧୬ ଲକ୍ଷ ୬୦ ହଜାର ୫୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୧୪ ଲକ୍ଷ ୫୦ ହଜାର ୧୭୪ ଜଣ। ପାସ ହାର ମୋଟ ୫. ୩୮ ପ୍ରତିଶତ କମିଛି । ସେପଟେ ଦଶମ ଶ୍ରେଣୀରେ ମୋଟ ୨୧ ଲକ୍ଷ ୬୫ ହଜାର ୮୦୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ, ପାସ କରିଛନ୍ତି ୨୦ ଲକ୍ଷ ୧୬ ହଜାର ୭୭୯ ଜଣ। ଯାହାକି ଗତବର୍ଷ ଅପେକ୍ଷା ୧.୨୮% କମ୍।

Advertisment

କେରଳର ଥିରୁବନନ୍ତପୁରମରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାସ ହାର ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି । ଭୁବନେଶ୍ୱର ରିଜିଅନରେ ଦଶମ ପାସ ହାର ୯୩.୬୪% ଓ ଦ୍ୱାଦଶରେ ପାସ ହାର ୮୩.୮୯% ରହିଛି। ତେବେ ଶିକ୍ଷକଙ୍କ ମତରେ ଏଥର ପାସ ହାର କମିବାର ମୂଳ କାରଣ ହେଲା କଠିନ ପ୍ରଶ୍ନ ପତ୍ର। ସେପଟେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି ।

ଫଳ ପ୍ରକାଶନ ସହ ଆସନ୍ତା ବର୍ଷ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ବୋଲି CBSE ପକ୍ଷରୁ ଘୋଷଣା କରାଯାଇଛି । ତେବେ ରାଜ୍ୟ ବୋର୍ଡ ପରୀକ୍ଷା ଫଳ କେବେ ପ୍ରକାଶ ପାଉଛି ତା ଉପରେ ଛାତ୍ର ଛାତ୍ରୀଙ୍କ ନଜର ।

CBSE Results
Advertisment
Advertisment