Advertisment

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ; ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

CBSE ଦଶମ ଫଳାଫଳରେ ଏକ ନମ୍ୱର ତାଲିକାରେ ରହିଛି କେରଳ। କେରଳର ତ୍ରିଭେନ୍ଦ୍ରମରେ ୯୯.୭୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ପାସ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜୟୱାଡା । ଏଠାରେ ପାସ୍ ହାର ୯୯.୬୦%ଅଛି।

author-image
Sonali Ojha
ଅଦ୍ୟତନ ହୋଇଛି
CBSE Class 10 Result

CBSE Class 10 Result

ପ୍ରକାଶ ପାଇଲା କେନ୍ଦ୍ର ମାଧ୍ୟମିକ ଶିକ୍ଷା ତଥା CBSE ଦଶମ ବୋର୍ଡ ରେଜଲ୍ଟ। ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବାର କିଛି ସମୟ ବ୍ୟବଧାନରେ ଦଶମ ପରୀକ୍ଷା ଫଳ ପ୍ରକାଶ କରିଛି CBSE । ଚଳିତ ବର୍ଷ ଦଶମ ପାସ୍‌ ହାର ୯୩.୬୦% ରହିଛି। ଯାହାକି ଗତ ବର୍ଷ ତୁଳନାରେ ୦.୪୮% ଅଧିକ।

Advertisment

ଦ୍ୱାଦଶ ଭଳି CBSE ଦଶମ ଫଳାଫଳରେ ମଧ୍ୟ ବାଜି ମାରିଛନ୍ତି ଝିଅ। ଚଳିତବର୍ଷ ଝିଅଙ୍କ ପାସ୍ ହାର ୯୪.୭୫ % ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୨.୭୧%। ଟ୍ରାନ୍ସଜେଣ୍ଡରଙ୍କ ରେଜଲ୍ଟ ୯୧.୩୦% ରହିଛି।

CBSE ଦଶମ ଫଳାଫଳରେ ଏକ ନମ୍ୱର ତାଲିକାରେ ରହିଛି କେରଳ। କେରଳର ତ୍ରିଭେନ୍ଦ୍ରମରେ ୯୯.୭୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ପାସ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜୟୱାଡା । ଏଠାରେ ପାସ୍ ହାର ୯୯.୬୦%ଅଛି। ୯୯.୩୦ % ସହ ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥରେ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍‌ ହାର ୯୯.୨୬ %ରହିଛି।

Advertisment

ଛାତ୍ରଛାତ୍ରୀମାନେ CBSE https://cbseresults.nic.in କୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। CBSE ଦଶମ ଫଳାଫଳ ଯାଞ୍ଚ କରିବାକୁ ରୋଲ୍ ନମ୍ବର ବ୍ୟବହାର କରିବାକୁ ପଡିବ। ତେବେ ଗତବର୍ଷ ୯୩.୧୨% ପିଲା ଦଶମ ଶ୍ରେଣୀରେ ପାସ୍ କରିଥିଲେ।

ଆଜି CBSE ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ କରିଛି। ଚଳିତବର୍ଷ ଦ୍ୱାଦଶରେ ମୋଟ ପାସ୍ ହାର ୮୭.୯୮% ରହିଛି । ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀ ବାଜି ମାରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୧.୫୨% ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୮୫.୧୨% ରହିଛି । ଦ୍ୱାଦଶରେ ୨୪ ହଜାର ପରୀକ୍ଷାର୍ଥୀ ୯୫% ରୁ ଅଧିକ ନମ୍ବର ରଖିଛନ୍ତି । ସେହିପରି ୧ ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ଛାତ୍ରଛାତ୍ରୀମାନେ CBSE ୱେବସାଇଟ୍‌ରେ ରେଜଲ୍ଟ ଦେଖିପାରିବେ । results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେ ମଧ୍ୟ ରେଜଲ୍ଟ ‌ଉପଲ୍ଲବ୍ଧ ହୋଇଛି ।

CBSE ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି ।

CBSE ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି। ତ୍ରିଭେନ୍ଦ୍ରମରେ ୯୯.୯୧ % ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୦୪% ଅଛି। ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭% ରିହିଛି। ତା'ପଛକୁ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍‌ ହାର ୯୬.୯୫% ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪% ରହିଛି।

CBSE CBSE Board Exams
Advertisment
Advertisment