• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠାରୁ CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ-୨ ପରୀକ୍ଷା ଆରମ୍ଭ ହେଉଛି । ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ପରୀକ୍ଷା ଚାଲିବ ।ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପେଣ୍ଟିଂ ସହ କିଛି ଭାଷାଗତ ବିଷୟରେ ପରୀକ୍ଷା ଦେବେ । ପରୀକ୍ଷା ଅବଧୀ ପୂର୍ବରୁ ପ୍ରଶ୍ନ ବୁଝିବା ପାଇଁ ଛାତ୍ରଛାତ୍ରୀଙ୍କୁ ୧୦ ମିନଟର ଅଧିକ ସମୟ ଦିଆଯିବ ।

ଆସନ୍ତା କାଲି CBSEର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ପରୀକ୍ଷା ଦେବେ । ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଦିନ ୧୨ଟା ୩୦ରେ ପରୀକ୍ଷା ଦେବ । ପ୍ରଥମ ଦିନରେ ଏଣ୍ଟରପ୍ରିନରସିପ୍ , ବିୟୁଟି ଓ ୱେଲନେସ ବିଷୟରେ ପରୀକ୍ଷା ଦେବେ ।

ଆସନ୍ତା କାଲି ଦ୍ୱାଦଶ ଶ୍ରେଣୀର ହିନ୍ଦୀ ଭାଷାରେ ପରୀକ୍ଷା ହେବ । ମେ ୨୪ ତାରିଖରେ ଦଶମ ଶ୍ରେଣୀର ପରୀକ୍ଷା ସରିବ, ସେହିପରି ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଚାଲିବ ।

ତେବେ ପରୀକ୍ଷା ଦେବା ପୂର୍ବରୁ ଉଭୟ ଦଶମ ଓ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ସିବିଏସ୍ଇର ଅଫିସିଆଲ ୱେବସାଇଟିଇରେ ଛଡ଼ାଯାଇଛି ।ଏହାସହ ଛାତ୍ରଛାତ୍ରୀ ପ୍ରିଣ୍ଟିଂ ଆଡମିଟ୍ କାର୍ଡ ନେଇ ପରୀକ୍ଷା କକ୍ଷକୁ ଆସିବା ପାଇଁ ନିର୍ଦ୍ଦେଶ ରହିଛି । କେଭିଡ-୧୯ ନିୟମ ପାଳନ କରି ପରୀକ୍ଷା ନିୟନ୍ତ୍ରଣ କରାଯିବ ବୋଲି ସିବିଏସ୍ଇ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।