• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପାହିଲେ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା । ଅର୍ଥାତ ଫେବ୍ରୁଆରୀ ୧୫ ତାରିଖରେ ଆରମ୍ଭ ହେବ ପରୀକ୍ଷା । ସକାଳ ୧୦.୩୦ରୁ ପରୀକ୍ଷା ଆରମ୍ଭ ନେଇ ବୋର୍ଡ ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଭାରତ ଏବଂ ଭାରତ ବାହାରର ପ୍ରାୟ ୨୬ ଦେଶରୁ ୩୯ ଲକ୍ଷରୁ ଅଧିକ ଛାତ୍ର ପରୀକ୍ଷା ଦେବେ । କେବଳ ଦିଲ୍ଲରେ ୮୭୭ ପରୀକ୍ଷା କେନ୍ଦ୍ର ରହିଛି । ଏହି କେନ୍ଦ୍ର ଗୁଡ଼ିକରେ ମୋଟ ୫ ଲକ୍ଷ ୮୦ ହଜାର ୧୯୨ ଛାତ୍ର ପରୀକ୍ଷା ଦେବେ ।

ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି ।

ଦିଲ୍ଲୀ ରାସ୍ତାରେ ବର୍ତ୍ତମାନ ଯାତାୟତ ନେଇ ଯେଉଁ ପରିସ୍ଥିତି ଉପୁଜିଛି, ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ହାତରେ ଯଥେଷ୍ଟ ସମୟ ରଖି ଘରୁ ବାହାରନ୍ତୁ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ । ଅନ୍ୟପଟେ ରାସ୍ତା ଅପେକ୍ଷା ମେଟ୍ରୋ ବ୍ୟବହାର କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି CBSE । କାରଣ ମେଟ୍ରୋ ସଠିକ୍‌ ଭାବେ ଏବଂ ସଠିକ୍‌ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରୁଛି ।