Advertisment

No Head Master in Balasore Schools: ବାଲେଶ୍ବରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଅଧା ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ

ପ୍ରଧାନଶିକ୍ଷକ ବିନା ଚାଲିଛି ହାଇସ୍କୁଲ। ପ୍ରାୟ ୫୦ ପ୍ରତିଶତ ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ। ବାଲେଶ୍ୱର ଜିଲ୍ଲାରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା। କେଉଁଠି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତ ଆଉ କେଉଁଠି ଜଣେ ଜଣେ ପ୍ରଧାନ ଶିକ୍ଷକଙ୍କ ନିକଟରେ ରହିଛି ଏକାଧିକ ସ୍କୁଲର ଦାୟିତ୍ବ। ବାଲେଶ୍ୱର ଜିଲ୍ଲାରେ ମୋଟ ୪୮୪ ସ୍କୁଲ ମଧ୍ୟରୁ ୨୨୭ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ।

ଅଦ୍ୟତନ ହୋଇଛି
balasore

balasore

Advertisment

ବାଲେଶ୍ବରରେ ଅଧା ସ୍କୁଲ ମୂରବୀ ଶୂନ୍ୟ। ପ୍ରଧାନଶିକ୍ଷକ ବିନା ଚାଲିଛି ପ୍ରାୟ ୫୦ ପ୍ରତିଶତ ହାଇସ୍କୁଲ। ୨୨୭ଟି ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ। ପ୍ରଧାନଶିକ୍ଷକ ଅଭାବ ପାଇଁ ବାଧାପ୍ରାପ୍ତ ହେଉଛି ସ୍କୁଲ କାର୍ଯ୍ୟ । ଏପଟେ ଅତିରିକ୍ତ ଦାୟିତ୍ବରେ ଥିବା ଶିକ୍ଷକଙ୍କ ଉପରେ ପଡୁଛି ଅଧିକ ଚାପ। ସେପଟେ ଶିକ୍ଷାବିତଙ୍କ ମତରେ ପ୍ରଧାନଶିକ୍ଷକ ଅଭାବ ଉଭୟ ସ୍କୁଲ କାର୍ଯ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପ୍ରଭାବ ପକାଉଛି।

Advertisment

ଅଧିକ ପଢ଼ନ୍ତୁ: ଅବସର ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ; ମୁଖ୍ୟଯନ୍ତ୍ରୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ.

ବାଲେଶ୍ୱର ଜିଲ୍ଲାରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା। କେଉଁଠି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତ ଆଉ କେଉଁଠି ଜଣେ ଜଣେ ପ୍ରଧାନ ଶିକ୍ଷକଙ୍କ ନିକଟରେ ରହିଛି ଏକାଧିକ ସ୍କୁଲର ଦାୟିତ୍ବ। ବାଲେଶ୍ୱର ଜିଲ୍ଲାରେ ମୋଟ ୪୮୪ ସ୍କୁଲ ମଧ୍ୟରୁ ୨୨୭ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ। ସେଥି ମଧ୍ୟରୁ ୨୫୦ ସରକାରୀ ସ୍କୁଲ ମଧ୍ୟରୁ ୧୦୧ରେ ପ୍ରଧାନଶିକ୍ଷକ ପଦବୀ ଖାଲି । ସେହିପରି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍କୁଲ ସଂଖ୍ୟା ୭୬ ଥିବାବେଳେ ଏଥିରୁ ୬୨ସ୍କୁଲର ପ୍ରଧାନଶିକ୍ଷକ ପଦ ଖାଲିପଡିଛି। ସେହିପରି ନୂତନ ଅନୁଦାନପ୍ରାପ୍ତ ସ୍କୁଲ ସଂଖ୍ୟା ଜିଲ୍ଲାରେ ୧୫୮ ଥିବାବେଳେ ୬୪ ସ୍କୁଲ ମୂରବୀ ଶୂନ୍ୟ।

Advertisment

ତେବେ ପ୍ରଧାନଶିକ୍ଷକଙ୍କ ଅଭାବ ଶିକ୍ଷାଦାନ କ୍ଷେତ୍ରରେ ପ୍ରଭାବ ପକାଇଛି କି ? ଛାତ୍ରଛାତ୍ରୀଙ୍କ ଉପରେ ଏହାର କଣ ପ୍ରଭାବ ରହିବ ? ବୁଦ୍ଧିଜୀବୀଙ୍କ ମତରେ ଘରର ମୂରବୀ ପରି ପ୍ରଧାନଶିକ୍ଷକ ସ୍କୁଲର ମୂରବୀ । ଏଣୁ ପ୍ରଧାନଶିକ୍ଷକ ଶିକ୍ଷା ବିଭାଗ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଠିକ ସମନ୍ୱୟ ରକ୍ଷା କରନ୍ତି। ସେହିପରି ପ୍ରଧାନଶିକ୍ଷକ ସ୍କୁଲର ଅନ୍ୟ ଶିକ୍ଷକମାନଙ୍କ ସଠିକ କାର୍ଯ୍ୟ ସମ୍ପାଦନା ଉପରେ ମଧ୍ୟ ନଜର ରଖିଥାନ୍ତି। ତେଣୁ ପ୍ରଧାନଶିକ୍ଷକ ବିନା ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠପଢା ସହ ଅନ୍ୟାନ୍ୟ କାର୍ଯ୍ୟରେ ପ୍ରଭାବ ପକାଇବ ବୋଲି ଶିକ୍ଷାବିତଙ୍କ ମତ ।

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

Schools Balasore Headmaster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ