Advertisment

RTE Enrollment Scam: ଘରୋଇ ସ୍କୁଲରେ ନାମଲେଖା ଫନ୍ଦି; ପାଠପଢାରୁ ବଞ୍ଚିତ ହେବେ କି ଆର୍ଥିକ ଅନଗ୍ରସର ପିଲା ?

ନାମୀଦାମୀ ଘରୋଇ ସ୍କୁଲରେ ପାଠପଢାରୁ ବଞ୍ଚିତ ହେବେ କି ଗରିବ ମେଧାବୀ ଛାତ୍ରଛାତ୍ରୀ ? ଜାଣିଶୁଣି ବିଳମ୍ବ କରାଯାଉଛି କି ନାମଲେଖା ପ୍ରକ୍ରିୟା?

undefined

Are Private Schools Blocking Free Education for Underprivileged Kids

Advertisment

ଘରୋଇ ସ୍କୁଲଗୁଡ଼ିକରେ ମାଗଣାରେ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠପଢାରୁ ବଞ୍ଚିତ ପାଇଁ ହେଉଛି କି ବିଧିବଦ୍ଧ ଫନ୍ଦି ? କାହିଁକି ନା ପାରଦର୍ଶୀ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ବିଳମ୍ବ ଯୋଗୁଁ ନାମଲେଖାରୁ ବଂଚିତ ହୋଇପାରନ୍ତି ଶହ ଶହ ଗରିବ ପିଲା। ରେଜିଷ୍ଟ୍ରେସନ ପାଇଁ ଘରୋଇ ସ୍କୁଲକୁ ଅଧିକ ସମୟ ଏବଂ ଆବେଦନ ପାଇଁ ପିଲାଙ୍କୁ କମ୍ ସମୟ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଅଭିଭାବକ ମହାସଂଘ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

Advertisment

ନାମୀଦାମୀ ଘରୋଇ ସ୍କୁଲରେ ପାଠପଢାରୁ ବଞ୍ଚିତ ହେବେ କି ଗରିବ ମେଧାବୀ ଛାତ୍ରଛାତ୍ରୀ ? ଜାଣିଶୁଣି ବିଳମ୍ବ କରାଯାଉଛି କି ନାମଲେଖା ପ୍ରକ୍ରିୟା?
ଏପ୍ରଶ୍ନ ଏଥିପାଇଁ ଉଠିଛି, ପାରଦର୍ଶୀ ପୋର୍ଟାଲରେ ଘରୋଇ ସ୍କୁଲଗୁଡିକର ପଞ୍ଜୀକରଣ ସମୟ ସୀମା ପୂର୍ବରୁ ଜାନୁଆରୀ ୨୨ରୁ ଫେବ୍ରୁଆରୀ ୧୦ ତାରିଖ ଯାଏ ରହିଥିଲା। ଏବେ ତାହା ୩୧ ମାର୍ଚ୍ଚ ଯାଏଁ ବୃଦ୍ଧି କରାଯାଇଛି। ଅର୍ଥାତ୍ ରେଜିଷ୍ଟ୍ରେସନ ସମୟସୀମାକୁ ଆହୁରି ୫୦ ଦିନ ବଢାଇ ଦେଇଛି ଗଣଶିକ୍ଷା ବିଭାଗ।

ଅଧିକ ପଢ଼ନ୍ତୁ : ଅଧା ରହିଲା ମାଟ୍ରିକ ପରୀକ୍ଷା, କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

Advertisment

ସେପଟେ ପିଲାଙ୍କ ନାମଲେଖା ଆବେଦନ ପୂର୍ବରୁ ୧ ମାର୍ଚ୍ଚରୁ ୨୦ ମାର୍ଚ୍ଚ ଯାଏଁ ଥିବା ବେଳେ ଏହାକୁ ବଦଳାଇ ଏବେ ଏପ୍ରିଲ ୩ରୁ ୨୦ ଏପ୍ରିଲ ଯାଏଁ କରାଯାଇଛି। ଅର୍ଥାତ୍ ପ୍ରାୟ ମାସେ ଘୁଞ୍ଚିଯାଇଛି ଆବେଦନ ସମୟ ସୀମା। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ। ସେମାନଙ୍କ ଅଭିଯୋଗ ହେଲା, ଆବେଦନ ସମୟ ବିଳମ୍ବ ହେବା ଦ୍ବାରା ସେମାନଙ୍କର ନାମଲେଖା ପ୍ରକ୍ରିୟା ଯଥେଷ୍ଟ ବିଳମ୍ବ ହେବ। ନୂଆ ପ୍ରକ୍ରିୟାରେ ପିଲାମାନେ ଆଡ଼ମିସନ ସାରିବାକୁ ଜୁନ ଶେଷ ହୋଇ ଯିବ । ତେଣୁ ବାଧ୍ୟ ହୋଇ ଭଲ ଘରୋଇ ସ୍କୁଲରେ ପଢିବାକୁ ଆଗ୍ରହୀ ପିଲା ଅନ୍ୟ ସ୍କୁଲରେ ଆଡମିଶନ କରିବେ। ଏହାର ସିଧାସଳଖ ଫାଇଦା ପାଇଯିବେ ଘରୋଇ ସ୍କୁଲ। ଏଥିପାଇଁ ଗଣଶିକ୍ଷା ବିଭାଗ ଏବଂ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଫନ୍ଦି କରିଥିବା ଅଭିଯୋଗ କରିଛନ୍ତି ଅଭିଭାବକ। 

ରାଇଟ୍ ଟୁ ଏଜୁକେସନ ବା RTE ନିୟମ କହୁଛି, ପଞ୍ଜୀକୃତ ହୋଇଥିବା ଘରୋଇ ସ୍କୁଲର ସମୁଦାୟ ସିଟ ମଧ୍ୟରୁ ୨୫ ପ୍ରତିଶତ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସଂରକ୍ଷିତ ରହିବ। ପିଲାଙ୍କୁ ମାଗଣାରେ ବହି, ଡ୍ରେସ ଓ ଯୋତା ଯୋଗାଇ ଦିଆଯିବ। ନିୟମ ଅନୁଯାୟୀ ଏ ସମସ୍ତ ପ୍ରକ୍ରିୟା ମାର୍ଚ୍ଚ ଶେଷ ସୁଦ୍ଧା ସରିବାପରେ ଏପ୍ରିଲ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା କଥା। ତାପୂର୍ବରୁ ସରିବା କଥା ନାମଲେଖା ପ୍ରକ୍ରିୟା। ତେବେ ଏବର୍ଷ ଏଥିରେ ଯଥେଷ୍ଟ ବିଳମ୍ବ ହୋଇଥିବାରୁ ବଢିଛି ଅସନ୍ତୋଷ। ଗଣଶିକ୍ଷା ବିଭାଗର ଏଭଳି ଚରମ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ।

Advertisment

ସେହିପରି RTEରେ ଆଡମିଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଘରୋଇ ସ୍କୁଲଗୁଡିକ ମାଗଣାରେ ବହି, ଡ୍ରେସ ଓ ଯୋତା ଯୋଗାଇଦେବାର ନିୟମ ଥିବା ସତ୍ତ୍ବେ ତାହା ଦେଉନଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ। ଏନେଇ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ସଂଘ, ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ତ ହୋଇଛି। 

ପ୍ରଶ୍ନ ଉଠୁଛି, ପୂର୍ବରୁ ପଞ୍ଜୀକୃତ ସବୁ ଘରୋଇ ସ୍କୁଲର ଦସ୍ତାବିଜ୍ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଯେଉଁ କେତୋଟି ସ୍କୁଲର ପଞ୍ଜୀକରଣ ହୋଇନି, ସେମାନଙ୍କ ତାଲିକା ମଧ୍ୟ ସରକାରଙ୍କ ପାଖରେ ଉପଲବ୍ଧ। ଏଭଳି ସ୍ଥିତିରେ ଗଣଶିକ୍ଷା ବିଭାଗ କାହିଁକି, ଘରୋଇ ସ୍କୁଲଗୁଡିକୁ ପଞ୍ଜୀକରଣ କରିବାକୁ ୭୦ ଦିନର ଲମ୍ବା ସମୟ ଦେଇଛନ୍ତି? ତେବେ ଏନେଇ ଗଣଶିକ୍ଷା ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ। 

ଅଧିକ ପଢ଼ନ୍ତୁ: ମାଟ୍ରିକ୍‌ ପ୍ରଶ୍ନପତ୍ରରେ ତ୍ରୁଟି: କମ୍ ରହିଛି ୪ ମାର୍କର ପ୍ରଶ୍ନ

Schools Private Schools Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ