/odishatv-khabar/media/post_attachments/uploadimage/library/16_9/16_9_0/Result_1747719867.jpg)
Result
ଖୁବ୍ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ୨ ଦିନ ଭିତରେ ବାହାରିବ ରେଜଲ୍ଟ। ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରେଜଲ୍ଟ ପ୍ରକାଶ ପାଇବା ବିଳମ୍ବ ହେବ ନାହିଁ। ଏଥିପାଇଁ ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍
ଅନପକ୍ଷରେ ଆଜି ଯୁକ୍ତ ୩ ଆବେଦନର ଶେଷ ତାରିଖ ରହିଛି। ଯୁକ୍ତ ଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ ଆବେଦନ କରି ପାରି ନାହାନ୍ତି। ଏନେଇ ଅଭିଯୋଗ ଆସିବା ପରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯୁକ୍ତ ୩ ଆବେଦନ ଅବଧି ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ସହ କଥା ହୋଇଛୁ। ସମୟସୀମା ବୃଦ୍ଧି ପାଇଁ ଆଲୋଚନା ହୋଇଛି। ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ୨୭ ତାରିଖରେ ପରୀକ୍ଷା ସରିଥିଲ। ୧୨୭୬ ସେଣ୍ଟରରେ ସମୁଦାୟ ୩ ଲକ୍ଷ ୯୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।। ସବୁ ସେଣ୍ଟରରେ ସିସିଟିଭିର ବ୍ୟବସ୍ଥା କରାଯାଇଥିଲା।
ପେପର୍ ଲିକ୍ ରୋକିବାକୁ ବିଶେଷ ଧ୍ୟାନ ଦିଆଯାଇଥିଲା। ୨୦୫ଟି ହବ୍ରେ ରହିଥିଲା ପ୍ରଶ୍ନପତ୍ର। ଏଥିସହ ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିଲା॥ ସେହିପରି ଭାବରେ ଏପ୍ରିଲ ୨ ତାରିଖରେ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା। ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)