Advertisment

OPSC Registration: ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ସୁଯୋଗ, ଏହି ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସେବା ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ ସୃଷ୍ଟି ହୋଇଛି। କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିଥିବା ଆବଶ୍ୟକ।

ଅଦ୍ୟତନ ହୋଇଛି
OCS Exam

OCS Exam

Advertisment

ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ୨୬୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ଏହାର ରେଜିଷ୍ଟ୍ରେସନ ଆରମ୍ଭ ହେବ। ଓପିଏସସିର ୱେବସାଇଟ opsc.gov.inରେ ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ଫେବୃୟାରୀ ୧୦ ତାରିଖରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ସମାପ୍ତ ହେବ।

Advertisment

୨୬୫ ପଦ ମଧ୍ୟରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସର୍ଭିସ ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ ସୃଷ୍ଟି ହୋଇଛି। 

ଅଧିକ ପଢ଼ନ୍ତୁ: ଇଣ୍ଟର୍ନସିପ୍ ବେଳେ ଏହି ୪ ଟିପ୍ସକୁ ମାନନ୍ତୁ, ମଜବୁତ ହେବ କ୍ୟାରିୟର୍

Advertisment

କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିବା ଆବଶ୍ୟକ। ଅର୍ଥାତ କୌଣସି ଆବେଦନକାରୀ ୨ ଜାନୁୟାରୀ ୧୯୮୬ ପୂର୍ବରୁ କିମ୍ବା ୧ ଜାନୁୟାରୀ ୨୦୦୩ ପରେ ଜନ୍ମ ଗ୍ରହଣ କରିନଥିବେ।

ଅଧିକ ପଢ଼ନ୍ତୁ: ୧୦ ବର୍ଷରେ ୫୦ ହଜାର ଛାତ୍ରବୃତ୍ତି ପ୍ରଦାନ କରିବାକୁ ଯୋଜନା

ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ପରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ଲିଖିତ ଓ ସାକ୍ଷାତକାର ଆଧାରରେ ଛାତ୍ରଛାତ୍ରୀଙ୍କୁ ବିଭାଗ ବଣ୍ଟନ କରାଯିବ। ପ୍ରିଲିମିନାରୀ ପରୀକ୍ଷାରେ ଦୁଇଟି ପେପର ଥିବା ବେଳେ ଉଭୟ ପେପର ୨୦୦ ମାର୍କର ରହିବ। ଭୁଲ ଉତ୍ତର ପାଇଁ ନକରାତ୍ମକ ବା ନେଗେଟିଭ୍ ମାର୍କିଙ୍ଗର ବ୍ୟବସ୍ଥା ରହିଛି। ଜୁଲାଇ ୨୦୨୫ରେ ସମ୍ଭବତଃ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଅନୁଷ୍ଠିତ ହେବ। 

Advertisment
OPSC Online Registrations Odisha OAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ