Advertisment

Matric Exam 2025 Schedule Released: ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ଗଣିତ ପରୀକ୍ଷା ପାଇଁ ଦିଆଯିବ ଅଧିକ ୧୫ ମିନିଟ

ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ୨୧ରେ MILO, ୨୪ରେ SLE ପରୀକ୍ଷା ଅନୁଷ୍ଠିତ ହେବ ।

ଅଦ୍ୟତନ ହୋଇଛି
Matric Exam 2025 Schedule Released

Odisha matric exam schedule released

Advertisment

ଆସିଲା ବଡ଼ ଖବର । ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ୨୧ରେ MILO, ୨୪ରେ SLE ପରୀକ୍ଷା ଅନୁଷ୍ଠିତ ହେବ । ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ । ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ, ୬ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ । ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ଦିଆଯିବ । ଯାହାଫଳରେ ଗଣିତ ପରୀକ୍ଷା ୧୧ଟା ୪୫ରେ ସରିବ ।

Advertisment

ଏପଟେ ଆରମ୍ଭ ହୋଇଛି ମାଟ୍ରିକ ଫର୍ମ ଫିଲଅପ୍। ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଚାଲିଛି। ସେହିଭଳି କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ ହେଉଛି। ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି । ତେବେ ଛାତ୍ରଛାତ୍ରୀ କିପରି ଫର୍ମ ଫିଲଅପ କରିବେ ଆସନ୍ତୁ ଜାଣିବା।

ଅଧିକ ପଢନ୍ତୁ: ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ; ମୋଟ୍ ୬,୭୯୪ଟି ହେବ ନିର୍ମାଣ

Advertisment

ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ମାଟ୍ରିକ ପରୀକ୍ଷା ଆବେଦନ (Application Form) ପତ୍ର ପ୍ରକାଶ ପାଇଛି। ଆସନ୍ତା ୨୦୨୫ରେ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀ ଏହାକୁ ଡାଉନଲୋଡ୍ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ଅଫିସିଆଲ୍ ୱେବସାଇଟ୍ bseodisha.ac.in ରେ ଆବେଦନ ପତ୍ର (Application Form) ଡାଉନଲୋଡ୍ କରିପାରିବେ ପରୀକ୍ଷାର୍ଥୀ।

Application Form କିପରି ଡାଉନଲୋଡ୍‌ କରିବେ ?

୧. ଅଫିସିଆଲ୍ ୱେବସାଇଟ୍- bseodisha.ac.in ପରିଦର୍ଶନ (Visit) କରନ୍ତୁ

୨. Home Pageରେ ଥିବା ଓଡ଼ିଶା ଦଶମ ବୋର୍ଡ ପରୀକ୍ଷା ୨୦୨୫ ଆବେଦନ ପତ୍ର (Application Form) ଲିଙ୍କରେ କ୍ଲିକ୍ କରନ୍ତୁ

Advertisment

୩. ଏକ ନୂତନ ପୃଷ୍ଠା ଖୋଲିବ ଯେଉଁଠାରେ ପରୀକ୍ଷାର୍ଥୀମାନଙ୍କୁ ଆବଶ୍ୟକ ବିବରଣୀ ପ୍ରଦାନ କରନ୍ତୁ

୪. ଏହାପରେ ସ୍କ୍ରିନରେ ଆବେଦନ ପତ୍ର (Application Form) ଓପନ୍ ହେବ

୫. ଆବେଦନ ପତ୍ର ଯାଞ୍ଚ କରି ଏହାକୁ ଡାଉନଲୋଡ୍ କରନ୍ତୁ

ଅଧିକ ବିବରଣୀ ଏବଂ ସୂଚନା ପାଇଁ, ପ୍ରାର୍ଥୀମାନଙ୍କୁ ଅଫିସିଆଲ୍ ୱେବସାଇଟ୍ bseodisha.ac.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ଆବେଦନ ଫର୍ମ ପୂରଣ କରିବାର ଶେଷ ତାରିଖ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ରହିଛି। ସ୍ୱୀକୃତିପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନବମ ପରୀକ୍ଷାରେ ସେମାନଙ୍କର ପ୍ରଦର୍ଶନକୁ ଆଧାର କରି ଦଶମ ଶ୍ରେଣୀକୁ ପଦୋନ୍ନତି ପାଇଛନ୍ତି, ସେମାନେ ଆବେଦନ ପତ୍ର (Application Form) ପୂରଣ କରିପାରିବେ ।

ତେବେ ୨୦୧୪ ପରଠାରୁ ସମସ୍ତ ପୂର୍ବତନ ନିୟମିତ ଛାତ୍ରମାନେ ମଧ୍ୟ ଦଶମ ବୋର୍ଡ ପରୀକ୍ଷା (HSC) ରେ ଫର୍ମ ପୂରଣ କରିବାକୁ ଯୋଗ୍ୟ ଅଟନ୍ତି । ବୋର୍ଡର କରେସପଣ୍ଡେନ୍ସ ( Correspondence) ରେ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସିସି ନିୟମିତ ବର୍ଗ ଅଧୀନରେ ୨୦୧୫ ଦଶମ ବୋର୍ଡ ପରୀକ୍ଷା ( HSC) ପରୀକ୍ଷା ଦେବା ପାଇଁ ଯୋଗ୍ୟ ଅଟନ୍ତି । କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି । ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ।

Exam Matric Exam BSE Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ