‘ମୁଁ IAS ହେବି ମୋତେ ସାହାଯ୍ୟ କର’
‘ମୋର ପାଠ ପଢିବାକୁ ବହୁତ ଇଚ୍ଛା, ଆଗକୁ ବଢିବାରେ ଭାରି ଆଗ୍ରହ । ମୁଁ ପାଠ ପଢି ଜଣେ କଲେକ୍ଟର ହେବାକୁ ଚାହେଁ, ଗରିବ ଗୁରୁବାଙ୍କୁ ସାହାଯ୍ୟ କରିବାକୁ ଚାହେଁ । ହେଲେ ମୋ ଇଚ୍ଛାର ଡେଣାକୁ ଭାଙ୍ଗି ଦେଉଛି ପରିବାରର ଆର୍ଥିକ ଅନଟନ । ରାତି ପାହିବା ପୂର୍ବରୁ କାଳେ ସ୍ବପ୍ନ ଭାଙ୍ଗିଯିବ ସେ ଡର ମୋତେ ଘାରୁଛି । ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି, ମୋ ସ୍ବପ୍ନ ସାକାରରେ ମୋତେ ସହଯୋଗ କରନ୍ତୁ । ମୋତେ ପାଠ ପଢିବାକୁ ସହାୟତା କରନ୍ତୁ’ ।
ଏ ହେଉଛି ଜଣେ ମେଧାବୀ ଛାତ୍ରୀଙ୍କ ଗୁହାରୀ । ଆଉ ସେ ଛାତ୍ରୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଟୁଙ୍ଗା ଗାଁର ସରୋଜ ଦାସଙ୍କ ଝିଅ ସୁଶ୍ରୀ ସ୍ୱାଗତିକା ଦାସ । ଚଳିତ ଦଶମ ବୋର୍ଡ ପରୀକ୍ଷାରେ ସୁଶ୍ରୀ ୯୦ ପ୍ରତିଶତ ମାର୍କ ରଖି ବ୍ଲକରେ ତୃତୀୟ ହୋଇଛନ୍ତି । ପ୍ଲସ୍ ଟୁ ସାଇନ୍ସ ପଢିବା ସହ ବଡ଼ ହୋଇ ଜଣେ ଆଇଏଏସ ଅଫିସର ହେବାକୁ ଇଚ୍ଛା ରଖିଛନ୍ତି ସୁଶ୍ରୀ । ମାତ୍ର ପରିବାରର ଅଭାବ ଅନଟନ ତାଙ୍କୁ ଆଣି ଅନିଶ୍ଚିତତା ଘେରରେ ଛାଡ଼ି ଦେଉଛି। ବାପାଙ୍କ ଅସୁସ୍ଥତା, ପରିବାରର ଅଭାବ କଣ ମୋତେ ପାଠ ପଢିବାର ସୁଯୋଗ ଦେବ, ସେ ଭୟ ଘାରିଛି ।
ଅଧିକ ପଢ଼ନ୍ତୁ: ୧୫ ବିଶ୍ବବିଦ୍ୟାଳୟରେ ନାହାଁନ୍ତି କୁଳପତି, ୬୬ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି
ସରୋଜ ଦାସଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ ଓ ପୁଅକୁ ନେଇ ତେଲ ଲୁଣର ସଂସାର । ପର ଘରେ ମଜୁରି ଖଟିଲେ ପରିବାର ଚଳେ । କିନ୍ତୁ ଦୁର୍ଘଟଣା ପରଠୁ ସବୁ ଦିନ କାମକୁ ଯିବା ବି ସମ୍ଭବ ହେଉନି। ଏପରି କ୍ଷେତ୍ରରେ ଘର ଖର୍ଚ୍ଚ ସାଙ୍ଗକୁ ଦୁଇ ଛୁଆଙ୍କ ପାଠପଢା ବୁଝିବା ତାଙ୍କ ପାଇଁ କାଠିକର ପାଠ ହୋଇଯାଉଛି। ଅଭାବ ଯେମିତି ଝିଅର ଆଇଏଏସ ସ୍ୱପ୍ନକୁ ଅଧାରେ ରୋକି ନଦେଉ ସେଥିପାଇଁ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି। ସରକାର ସହାୟତାର ହାତ ବଢାଇଲେ ସୁଶ୍ରୀଙ୍କୁ ସ୍ୱପ୍ନ ସାକାର ହୋଇପାରନ୍ତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747468598.jpg)