/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663643447.jpg)
Youth Beating Parents
ସଇତାନ ପୁଅର ଉନ୍ମତ୍ତ କାଣ୍ଡ । ପେଟ୍ରୋଲ ଢାଳି ଘରେ ଲଗାଇଦେଲା ନିଆଁ । ଅଳ୍ପକେ ବର୍ତ୍ତିଲେ ବାପା-ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଭୋଗରାଇ ଥାନା ମଙ୍ଗରାଜପୁର ଗାଁରେ ।
Advertisment
ବାପା ସୁଧିର ନାୟକ ଓ ମାଆ ସ୍ନେହଲତାଙ୍କୁ ଦୀର୍ଘ ଦିନ ହେଲା ନିର୍ଯାତନା ଦେଇ ଆସୁଥିଲା ପୁଅ ଶ୍ରୀମନ୍ତ । ବାହାଘର ପରେ ସେ ଶ୍ୱଶୁର ଘରେ ରହୁଥିଲା । ତେବେ ଗତକାଲି ହଠାତ୍ ଘରେ ପହଁଚି ମାଆଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲା । ମାଡ ମଧ୍ୟ ମାରିଥିଲା । ବାପା ପ୍ରତିବାଦ କରିବାକୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।
ପରେ ରାଗରେ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଶ୍ରୀମନ୍ତ । ଗାଁ ଲୋକ ନିଆଁକୁ ଆୟତ କରିବା ବେଳକୁ ସବୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା । ପୁଅର ଏଭଳି ଅମାନବୀୟ କାଣ୍ଡରେ ଅତିଷ୍ଠ ବାପା-ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶ୍ରୀମନ୍ତକୁ ଗିରଫ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)