/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724594489.jpg)
Khordha Crime
ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣା ପରେ ଉତ୍ତେଜନା । ପୋଡ଼ାସାହିରେ ଉତ୍ତ୍ୟକ୍ତ ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ପୋଲିସ ଡିଜି ପହଞ୍ଚିଛନ୍ତି ।
ଶାନ୍ତି ରକ୍ଷା ପାଇଁ ଅପିଲ୍ କରିଛି ପ୍ରଶାସନ । ଟାଉନ ଥାନା ଅଞ୍ଚଳ ବଜାରରେ ଯୁବକଙ୍କୁ ହତ୍ୟା ପରେ ଛାନଭିନ୍ ଚାଲିଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ଖୋର୍ଦ୍ଧା ଟାଉନ୍ ଥାନା ମୁକୁନ୍ଦପ୍ରସାଦ ନିକଟ ଚାଚରା ସାହି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ।
ମୃତକଜଣକ ହେଲେ ସେକ୍ ସାଜିଦ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ସାଜିଦ ଘରକୁ ଫେରୁଥିଲେ । ଏତିକିବେଳେ ଚାଚରା ସାହି ନିକଟରେ ଧାରୁଆ ମାରଣାସ୍ତ୍ରରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ।
ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ । ସେପଟେ ମୁକୁନ୍ଦପ୍ରସାଦ ମୌଜାରେ ୧୬୩ BNSS ଲାଗିଛି । ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ୧୬୩ BNSS ଲାଗିଛି । ୧ ଓ ୩ ନଂ ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ୧୬୩ BNSS । ଏପଟେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିବେଦନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)