Advertisment

Deadbody Found Near Lingaraj Station: ରାଜଧାନୀରେ ଚାଞ୍ଚଲ୍ୟ: ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଲିଙ୍ଗରାଜ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଅଦ୍ୟତନ ହୋଇଛି
Deadbody On Railway Tracks

Deadbody On Railway Tracks

Advertisment

ରାଜଧାନୀରେ ଚାଞ୍ଚଲ୍ୟ ।  ଯୁବକଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଭୀମଟାଙ୍ଗୀ ଖଣ୍ଡୁଆଳ ସାହିର ସନାତନ ରାଉତ ।  ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Advertisment

ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ସନାତନଙ୍କ ପରିବାର । ସନାତନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହିଛନ୍ତି । ଷ୍ଟେସନ ଆସିଥିଲା ହେଲେ ଆଉ ଫେରିଲାନି ବୋଲି କାନ୍ଦି କାନ୍ଦି କହିଛନ୍ତି ପରିବାରଲୋକେ । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍ ଚଳାଇଛି । ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ସନାତନଙ୍କ ପକେଟରୁ କିଛି ଟଙ୍କା ମଧ୍ୟ ମିଳିଛି । 

ଅଧିକ ପଢନ୍ତୁ : ରକ୍ତମୁଖା ସାଜିଲା ଭଣଜା, ମାଇଁକୁ ଗୁଳିମାଡ଼ କରି ଫେରାର

Murder Police Murder Allegation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ