Advertisment

ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣା: ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

କାର୍‌ ଓଭରଟେକିଂ ବିବାଦକୁ ନେଇ ପ୍ରତାପନଗରୀ ଅଞ୍ଚଳରେ ରାସ୍ତା ଉପରେ ସର୍ବ ସମ୍ମୁଖରେ କିଛି ଯୁବକ ଜଣେ ଯୁବକଙ୍କୁ ଆଣ୍ଠେଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଯୁବକକମାନେ ଆକ୍ରମଣ କରିଥିଲେ।

author-image
Rajalaxmi Sahoo
Youth forced to kneel down on Cuttack road, video goes viral

Youth forced to kneel down on Cuttack road, video goes viral

କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ଯୁବକଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ଚଲେଇବା ଭିଡିଓ ଭାଇରାଲ ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ସଦର ଥାନା ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣେ ମନ୍ତ୍ରୀଙ୍କ ପୁତୁରା ହୋଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, କାର୍‌ ଓଭରଟେକିଂ ବିବାଦକୁ ନେଇ ପ୍ରତାପନଗରୀ ଅଞ୍ଚଳରେ ରାସ୍ତା ଉପରେ ସର୍ବ ସମ୍ମୁଖରେ କିଛି ଯୁବକ ଜଣେ ଯୁବକଙ୍କୁ ଆଣ୍ଠେଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଯୁବକକମାନେ ଆକ୍ରମଣ କରିଥିଲେ। ଏନେଇ କଟକ ସଦର ଥାନାରେ ୧୦ ଜଣଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଆକ୍ରମଣକାରୀ ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସମ୍ପର୍କୀୟ ରହିଥିବା କୁହାଯାଉଥିଲା। ଗୁଣ୍ଡାରାଜର ଏ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। 

ସୂଚନାଥାଉ କି, କିଛି ଦିନ ପୂର୍ବେ ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ୨ ଯୁବକ ଏକ ସ୍କୁଟର ପଛ ପଟେ ରଶି ବାନ୍ଧି ଜଣେ ଯୁବକଙ୍କୁ ଦୌଡ଼ାଇ ଦୌଡ଼ାଇ ୩ଟି ଟ୍ରାଫିକ୍‌ ଛକ ଅତିକ୍ରମ କରିଥିଲେ। ଏପରିକି  ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ସେଲଟର ଛକରୁ କନିକା ଛକ ଓ ସେଠାରୁ ଚଣ୍ଡି ମନ୍ଦିର ଛକରେ ପହଞ୍ଚିଥିଲେ ଯୁବକମାନେ। ହେଲେ କେଉଁଠି ବି ସେମାନଙ୍କୁ ପୋଲିସ୍‌ ଦେଖି ଅଟକାଇ ପାରିଲାନି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ୍‌ର ଚେତା ପଶିଲା ଓ ୨ ଅଭିଯୁକ୍ତଙ୍କୁ ଗିରଫ କଲା।

Advertisment

ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଭାଇଚାରାର ସହର କଟକରେ ଥରକୁ ଥର ଏପରି ଅମାନବୀୟ ଘଟଣାର ପୁନରାବୃତ୍ତି ହେଉଥିବା ବେଳେ ପୋଲିସ୍‌ ଜାଣିଶୁଣି ନୀରବ ବସି ରହୁଥିବା ଆଲୋଚନା ହେଉଛି।

Viral Video
Advertisment
Advertisment