• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଖୁସିକୁ ମାରିଦେଲି, ଏବେ ନିଜେ ବି ମରିବି . . ମୁଁ ଲୋକେସନ ପଠାଇ ଦେଉଛି । ଶେଷରେ ୮୭ ସଂଖ୍ୟା ଥିବା ମୋବେଇଲ୍ ନମ୍ବର ମୋର ସକ୍ରିୟ ରହିଛି । ଏହି ନମ୍ବରରେ କଲ୍‌ କରିପାରିବେ । ଅନୁରାଧା ଦିଦିଙ୍କୁ ଲାଇଭ୍‌ ଲୋକେସନ୍‌ ପଠାଇ ଦେଇଛି । ଖୁସିଙ୍କୁ ହତ୍ୟା କରିବା ପରେ ଏବେ ତା’ ପାଖକୁ ଯାଉଛନ୍ତି । ବାୟ ବାୟ . . .ସବୁଦିନ ପାଇଁ ବିଦାୟ ନେଉଛି…" ଫେସବୁକରେ ଲାଇଭ୍ ଆସି ଏପରି କହିବା ପରେ ଅଙ୍କିତ କୁମାର ନାମକ ଜଣେ ଯୁବକ ମେ ୧୩ ତାରିଖ ଅପରାହ୍ନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଦିନକ ପୂର୍ବରୁ ସେ ରାଞ୍ଚିରେ ନିବେଦିତା ନାମକ ଜଣେ ଝିଅକୁ ସେ ଗୁଳି କରି ହତ୍ୟା କରିଥିଲେ ।

ଅଙ୍କିତ କୁମାର ଶନିବାର ଦିନ ବିହାରର ଅଯୋଧ୍ୟାପୁରୀ ସ୍ଥିତ ଏକ ଘରେ ନିଜକୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଯେଉଁ ପିସ୍ତଲରେ ସେ ନିଜର ପ୍ରେମିକା ନିବେଦିତା ଓରଫ୍‌ ଖୁସିଙ୍କୁ ଗୁଳି ମାରିଥିଲେ, ସେହି ପିସ୍ତଲ୍‌ରେ ନିଜ ଉପରକୁ ଗୁଳି ଚଳାଇଛନ୍ତି । ନିବେଦିତାର ହତ୍ୟା ମାମାଲାରେ ଅଭିଯୁକ୍ତ ଅଙ୍କିତ୍‌କୁ ଗିରଫ କରିବା ପାଇଁ ବିହାରର ନୱାଡା ସମେତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ୍‌ । ହେଲେ ତା’ର କୌଣସି ପତ୍ତା ମିଳିନଥିଲା ।

ଅଙ୍କିତ କୁମାର, ଅରଗୋଡ଼ାରେ ଏକ ଭଡା ଘର ରହୁଥିଲା । ଅଙ୍କିତ ଏବଂ ନିବେଦିତା ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ । ହେଲେ କ’ଣ ହେଲା କେଜାଣି ନିବେଦିତା ଦୁଇ ମାସ ଧରି ଅଙ୍କିତଙ୍କ ସହ କଥାବାର୍ତ୍ତା ହେଉନଥିଲେ । ଏଥିରେ ରାଗିଯାଇ ଅଙ୍କିତ ଏପରି କାଣ୍ଡ ଘଟାଇଥିଲା ।

ନିବେଦିତା ଅରଗୋଡ଼ା ଥାନା ଅନ୍ତର୍ଗତ ପଟେଲ ଚକ୍ ନିକଟରେ ଏକ ହଷ୍ଟେଲରେ ରହୁଥିଲେ । ତାଙ୍କ ପ୍ରକୃତ ଘର ବିହାରର ନବାଦା ଜିଲ୍ଲାରେ । ସନ୍ଧ୍ୟାରେ ସେ ତାଙ୍କ ସାଙ୍ଗ ସହିତ ଜଳଖିଆ ଖାଇବାକୁ ଯାଇଥି ଫେରୁଥିବା ବେଳେ ଅଧ ରାସ୍ତାରେ ତାଙ୍କୁ ଗୁଳି ମାରିଥିଲା ଅଙ୍କିତ । ଆଉ ସେ ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ ତାଙ୍କ ସାଙ୍ଗ ମଧ୍ୟ ଗୁରୁତର ଭାବରେ ଆହତ ହୋଇଥିଲେ । ଆଉ ଏବେ ଅଭିଯୁକ୍ତ ପ୍ରେମିକ ମଧ୍ୟ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛି ।