Advertisment

ପୁଣି ଦେଖାହେବ ଆର ଜନମରେ . . ! ପ୍ରେମିକା ଘର ସାମ୍ନାରେ ବିଷପିଇ ଜୀବନ ହାରିଲେ ଯୁବକ

ତା’ ବିନା ସବୁ କିଛି ଅଧୁରା ଲାଗୁଥିଲା । ପ୍ରେମିକାର ପରିବାର ଲୋକ ଭେଟିବାକୁ ଦେଉନଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଲେ ଯୁବକ । ‘ତେରେ ବିନା ମରଜାୱାଁ’ ଗୀତରେ ରିଲ୍‌ କରି ବିଷ ପିଇଦେଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Youth Suicide in UP

Special story

ପ୍ରେମରେ ଜୀବନ ହାରିଲେ ଯୁବକ । ପ୍ରେମରେ ପାଗଳ ଜଣେ ୨୦ ବର୍ଷିୟ ବୟସ୍କ ଯୁବକ ନିଜ ପ୍ରେମିକାଙ୍କ ଘର ନିକଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମରିବା ପୂର୍ବରୁ ସେ ଇନଷ୍ଟାଗ୍ରାମରେ 'ତେରେ ବିନା ମରଜାବାଁ ...' ଗୀତରେ ଏକ ରିଲ୍ ସେୟାର କରିଛନ୍ତି । ରିଲ୍‌ ସେୟାର କରିବା ସହ ସେ ନିଜର ଏବଂ ତାଙ୍କ ପ୍ରେମିକାଙ୍କ ଏକ ଫଟୋ ମଧ୍ୟ ରିଲରେ ରଖିଥିଲେ। ଯୁବକ ଜଣକ ବିଷ ଖାଇ ଦେଇଥିବା ବିଷୟରେ ସୂଚନା ପାଇବା ପରେ ପରିବାର ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ୟୁପିର ଝାନସୀରେ ଏପରି ଏକ ଦୁଃଖଦ ଘଟଣା ଘଟିଛି ।

Advertisment

ମୃତ ଯୁବକଙ୍କ ନାମ ହେଲା ଶୁଭମ୍ ବର୍ମା । ଝାନସୀର ଗୋଲୁ ଜାନସିର ବଡ଼ଗାଁ ଫାଟକ ବାହାରେ ଥିବା ମାଷ୍ଟର କଲୋନୀର ବାସିନ୍ଦା । ସେ ଏକ ମେଡିକାଲ ଷ୍ଟୋରରେ କାମ କରୁଥିଲେ । ଏହାସହ ମିଶନ କମ୍ପାଉଣ୍ଡରେ ରହୁଥିବା ଜଣେ ଝିଅ ସହିତ ତାଙ୍କର କିଛି ମାସ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ଝିଅ ଘର ଲୋକ ଏ ସମ୍ପର୍କରେ କଣ୍ଟା ସାଜିଥିଲେ । ଉଭୟଙ୍କ ମିଳାମିଶାକୁ ବିରୋଧ କରିବା ସହ ଶୁଭମଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲେ । ଝିଅ ଘର ଲୋକ ହିଁ ପୁଅର ମୃତ୍ୟୁ ପାଇଁ ଦାୟୀ ବୋଲି କାନ୍ଦି କାନ୍ଦି କହିଛନ୍ତି ଶୁଭମ୍‌ଙ୍କ ବାପା ।

ମୃତକଙ୍କ ବଡ ଭାଇ ଉମେଶଙ୍କ କହିଛନ୍ତି, "ଶୁଭମ୍‌ର ପ୍ରେମିକାର ବାପା ପ୍ରଥମେ ଫୋନ୍ କରି ଘଟଣା ସମ୍ପର୍କରେ ତା’ର ଏକ ସାଙ୍ଗକୁ ଜଣାଇଥିଲେ । ଆଉ ସେ ଦେଇଥିବା ଠିକଣାରେ ପହଞ୍ଚିଥିଲେ ଶୁଭମ୍‌ର ସାଙ୍ଗ ଓ ପରିବାର ଲୋକ । ପହଞ୍ଚିବା ପରେ ସେମାନେ ଦେଖିଲେ ଶୁଭମ୍‌ ତଳେ ଚେତାଶୂନ୍ୟ ହୋଇ ପଡ଼ିରହିଛି । ତା’ ପାଖରୁ ଗୋଟିଏ ବିଷ ଶିଶି ମଧ୍ୟ ମିଳିଥିଲା ।

Advertisment

ତୁରନ୍ତ ଶୁଭମକୁ ଉଠାଇ ହସ୍ପିଟାଲ ପହଞ୍ଚିଥିଲେ ପରିବାର ଲୋକ । ହେଲେ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ଡାକ୍ତର ଶୁଭମକୁ ମୃତ ଘୋଷଣା କରିଥିଲେ । ଶୁଭମ୍‌ର ମୃତ୍ୟୁ ନେଇ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଶୁଭମର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।

ତେବେ ଶୁଭମଙ୍କ ବାପା ଏବଂ ଭାଇ ଉମେଶ ଏଥିପାଇଁ ପ୍ରେମିକାର ପରିବାରକୁ ଦାୟୀ କରିଛନ୍ତି । ଝିଅର ପରିବାର ଶୁଭମ୍‌କୁ ବାରମ୍ବାର ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୋଗ ପରେ ପୋଲିସ୍‌ ଘଟଣାର ଛାନଭିନ୍‌ ଆରମ୍ଭ କରିଛି ।

Suicide Case Love Story
Advertisment
Advertisment