Advertisment

Murder: କଟକରେ ଚାଞ୍ଚଲ୍ୟ; ଯୁବକଙ୍କ ଗଳା କାଟି ବୀଭତ୍ସ ହତ୍ୟା

କଟକର ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ଜଣେ ଯୁବକଙ୍କୁ ଗଳା କାଟି ବୀଭତ୍ସ ହତ୍ୟା କରାଯାଇଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Murder

Murder

Advertisment

କଟକରେ ବିଭତ୍ସ ହତ୍ୟା। ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ଜଘନ୍ୟ ହତ୍ୟାକାଣ୍ଡ। ମାର୍କେଟର ପାୟଲ ରେଷ୍ଟୁରାଣ୍ଟରୁ ଉଦ୍ଧାର ହୋଇଛି ଏକ ଗଳିତ ମୃତଦେହ। ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସନ୍ଧାନି କୁକୁର ଓ ସ୍ଥାନୀୟ ପୋଲିସ ଟିମର ଯାଞ୍ଚ ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସସିବି ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ମୃତକଙ୍କ ବେକରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବର ଚିହ୍ନ ଅଛି। ତେଣୁ ଏହା ଏକ ହତ୍ୟା ବୋଲି ଅନୁମାନ କରାଯାଉଛି।

Advertisment

ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି କଟକ ଶଙ୍କରପୁର ଅଂଚଳର ଅଶୋକ ବାରିକ। ଗତକାଲି ରାତିରେ ମାର୍କେଟ କମ୍ପ୍ଲେକ୍ସରେ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକ। କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ପାଇ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ସକାଳୁ ଘଟଣା ସ୍ଥଳରେ ଡଗ ସ୍କ୍ୱାର୍ଡ ପହଁଚି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଗଳିତ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ସିସିଟିଭି ଯାଞ୍ଚ ଆଧାରରେ ଏହି ଘଟଣାର ତଦନ୍ତ କରାଯାଉଛି। ଖୁବ ଶୀଘ୍ର ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ:ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରି ମାରିଦେଲା ସ୍ୱାମୀକୁ, ଶାଶୁ କହିଲେ ଏମିତି କଥା

Advertisment

Murder Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ