Advertisment

କାଳ ହେଲା ପ୍ରେମିକାକୁ ଦେଖା କରିବା ! ମିଳିଲା ଖପୁରୀ ହାଡ଼

ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ପୁଟକିମାଲ ଯାଇଥିଲେ।

ଅଦ୍ୟତନ ହୋଇଛି
Youth Murder

Youth Murder

Advertisment

ପ୍ରେମିକାକୁ ଦେଖା କରି ନିଜର ମନର କଥା କହିଥାନ୍ତେ ପ୍ରେମିକ। ପ୍ରେମିକର ଆସିବା ବାଟକୁ ଚାହିଁ ଅପେକ୍ଷା କରିଥିଲେ ପ୍ରେମିକା। ହେଲେ ସବୁ କିଛି  ଆଶାରେ ରହିଗଲା। ପ୍ରେମିକାକୁ ଦେଖା କରିବାକୁ ଆସି ନିଖୋଜ ହୋଇଗଲେ ପ୍ରେମିକ, ଆଉ ୧୦ ଦିନ ପରେ ମିଳିଲା କେବଳ ତାଙ୍କର ଖପୁରୀ, ହାଡ଼। ଆଉ ପ୍ରେମିକର ହତ୍ୟାକାରୀ ସାଜିଥିଲେ ପ୍ରେମିକାର ପରିବାର। ପ୍ରେମିକାକୁ ଦେଖା କରିବାକୁ ଆସି ହତ୍ୟାର ଶିକାର ହେଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ପୁଟୁକିପାଲି ଗାଁରେ।  

Advertisment

ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ାର ସୁକଦେବ ରଣା।  ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ କନ୍ଧମାଳ ଲଣ୍ଡାଗାଁ ପୁଟୁକିପାଲି ଯାଇଥିଲେ। ତେବେ ସାଙ୍ଗ ଫେରି ଆସିଥିଲେ। ସୁକଦେବ ସେଠାରେ ରହିଯାଇଥିଲେ, କିନ୍ତୁ ଆଉ ଫେରିନଥିଲେ। ପରେ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ଘରୁ ନେଇଯାଇ ନୃଶଂସ ଭାବେ ହତ୍ୟା କରି ଜଙ୍ଗଲରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତନାଘନା ପରେ ୧୦ ଦିନ ପରେ ସୁକଙ୍କ ଗଳିତ ମୃତଦେହ ମିଳିଲା।

ଏହି ମାମଲାରେ ପ୍ରେମିକାର ବାପା ଓ ଦୁଇ ସଂପର୍କୀୟ ଭାଇଙ୍କୁ ଗିରଫ କରିଛି ବାଲିଗୁଡ଼ା ପୋଲିସ। କ୍ରାଇମସ୍ପଟରେ ଅଭିଯୁକ୍ତ ମାନଙ୍କୁ ନେଇ ହତ୍ୟାକାଣ୍ଡର କ୍ରାଇମସିନ୍ ରିକ୍ରିଏଟ ମଧ୍ୟ କରିଛି ପୋଲିସ। କ୍ରାଇମସ୍ପଟରୁ ଜବତ ହାଡ଼ ଓ ଖପୁରୀର ଯାଂଚ ପାଇଁ ବ୍ରହ୍ମପୁର ଏମକେସିଜି ଏଫଏମଟିକୁ ପଠାଯିବ ବୋଲି ପୋଲିସ କହିଛି। ହତ୍ୟାକାଣ୍ଡରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେ ନେଇ ବାଲିଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି। 

Advertisment
Murder Kandhamal Murder Case Youth Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ