Advertisment

ଦାଦାବଟି ନଦେବାରୁ ୨ ଛାତ୍ରଙ୍କ ତଣ୍ଟି କାଟିଲା ଅଣଛାତ୍ର

ଜଣେ ଛାତ୍ରଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଅଣଛାତ୍ର।

ଅଦ୍ୟତନ ହୋଇଛି
Youth Attacks Over Extortion Money

youth attacks 2 over extortion money

Advertisment

ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟିରେ ଆତଙ୍କ। ୟୁନିଭରସିଟି କ୍ୟାମ୍ପସ ଭିତରେ ପଶି ଦୁଇ ଛାତ୍ରଙ୍କ ତଣ୍ଟି କାଟିଲା ଅଣଛାତ୍ର। ଆଜି ସନ୍ଧ୍ୟାରେ ପି.ଜି ହଷ୍ଟେଲ ଭିତରକୁ ପଶି ଜଣେ ଅଣଛାତ୍ର ଉନ୍ମତ୍ତ କାଣ୍ଡ ଘଟାଇଛି। ଅଭିଯୋଗ ଅନୁସାରେ ଆଜି ରାତି ପ୍ରାୟ ଆଠଟା ସମୟରେ ଜଣେ ଅଣଛାତ୍ର ପି.ଜି ହଷ୍ଟେଲ ଭିତରକୁ ପଶି ଛାତ୍ରମାନଙ୍କୁ ଦାଦାବଟି ମାଗିଥିଲା।

Advertisment

ତେବେ ଛାତ୍ରମାନେ ଟଙ୍କା ନଦେବାରୁ ରୁତୁରାଜ ସିଂ ନାମକ ଜଣେ ଛାତ୍ରଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଅଣଛାତ୍ର। ରୁତୁରାଜକୁ ଆକ୍ରମଣ ସମୟରେ ଅନ୍ୟଜଣେ ଲଲିତ ମେହେର ନାମକ ଅନ୍ୟଜଣେ ଛାତ୍ର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ବେଡରେ ଆକ୍ରମଣ କରିଥିଲା। ଦୁଇ ଆହତ ଛାତ୍ରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।

ରୁତୁରାଜ ସିଂଙ୍କ ଅବସ୍ଥା ଗୁରୁତର ରହିଛି। ଏପଟେ ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ଅଣଛାତ୍ରକୁ କାବୁ କରି ଅଟକ ରଖିଛି। ଆକ୍ରମଣକାରୀର ନାଁ ସିମରନ ବୋଲି ଜଣାପଡିଛି। ସେ ଜଣେ ନିଶାଖୋର ଯୁବକ ଏବଂ ତା ନାଁରେ ଅନେକ ଅପରାଧ ଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment
Extortion Money Crime In Odisha Extortion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ