• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖେଳଘର ନୁହେଁ ମୃତ୍ୟୁ । କିଏ ଜାଣେ କେଉଁ ରାତି ଜୀବନର ଶେଷ ରାତି ହେବ । କିଏ ଜାଣେ କେଉଁ କଥା ଜୀବନର ଶେଷ କଥା ହେବ । ମୃତ୍ୟୁ ଯେବେ ଆସେ, ପାଖରେ ବିକଳ୍ପ ନଥାଏ, ଯିବାକୁ ହୁଏ । ସମସ୍ତଙ୍କ ଠାରୁ ବହୁଦୂର, ଅଫେରା ରାଇଜକୁ । ଆଉ ତା’ପରେ ଦିନ ସମସ୍ତେ ଭୁଲିଯାଆନ୍ତି । ହେଲେ ଉତ୍ତରପ୍ରଦେଶରେ ଏକ ଦମ୍ପତି ମୃତ୍ୟୁକୁ ଅତି ସରଳ ଭାବି ଏଭଳି କାରନାମା କରିଛନ୍ତି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମୃତ୍ୟୁକୁ ନେଇ ଥଟାମଜା କରିବା ଉଭୟଙ୍କୁ ମହଙ୍ଗା ପଡ଼ିଛି । ଏବେ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଉଭୟେ ।

ଉତ୍ତର ପ୍ରଦେଶ ବାନ୍ଦାର ହରଦୌଲି ଗାଁରେ ୨୬ ବର୍ଷିୟ ନିଜାମୁଦ୍ଦିନ୍‌ ନିଜ ସ୍ତ୍ରୀଙ୍କୁ ପଚାରିଲେ, ‘ମୁଁ ମରିଗଲେ, ତୁମେ ବି ଜୀବନ ଦେଇ ଦେବ କି ? ’ ଆଉ ଏହାର ଉତ୍ତରରେ ତାଙ୍କ ୨୨ ବର୍ଷିୟ ରିଜୱାନ୍‌ ହଁ କହିଥିଲେ । ଆଉ ତା’ପରେ ନିଜାମୁଦ୍ଦିନ ବିଷ ପିଇ ଦେଇଥିଲେ । ନିଜାମୁଦ୍ଦିନଙ୍କୁ ବିଷ ପିଇବା ଦେଖି ରିଜୱାନା ମଧ୍ୟ ବିଷ ପିଇ ଦେଇଥିଲେ। ଆଉ କିଛି ସମୟ ମଧ୍ୟରେ ଉଭୟଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ପରିବାର ଲୋକ ଏସମ୍ପର୍କରେ ଜାଣିବା ପରେ ଦୁହିଁଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ହେବା ପରେ ଉଭୟଙ୍କୁ ଜିଲ୍ଲା ଡାକ୍ତରଖାନାର ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଘଟଣା ପରେ ନିଜାମୁଦ୍ଦିନଙ୍କ ବାପା ସତ୍ତାର ଖାନ୍‌ କହିଛନ୍ତି, ଉଭୟ ପୁଅବୋହୂ ଖୁବ୍‌ ଖୁସିରେ ଚଳନ୍ତି । ହେଲେ ବିନା କୌଣସି କାରଣରେ ମଜା ମଜାରେ ଉଭୟେ ବିଷ ଖାଇ ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ଟ୍ରମା ସେଣ୍ଟ ଦାୟିତ୍ୱରେ ଥିବା ଡକ୍ଟର ବିନିତ୍‌ ସଚ୍ଚାନ କହିଛନ୍ତି , ଚିକିତ୍ସା ଚାଲିଥିବା ବେଳେ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥିତିରେ ସୁଧାର ନଆସିଲେ ଦମ୍ପତିଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯିବ । ଦମ୍ପତି ବିଷ ପିଇଥିବା ସମ୍ପର୍କରେ ପୋଲିସକୁ ଏପର୍ଯ୍ୟନ୍ତ ଖବର ଦିଆଯାଇ ନାହିଁ, କିନ୍ତୁ ଖୁବ୍ ଶୀଘ୍ର ସେମାନଙ୍କୁ ଖବର କରାଯିବ ।