/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684151654.jpg)
Woman Killed For Consuming Alcohol Near Punjab Patiala Gurudwara
ଗୁରୁଦ୍ୱାରରେ ମହିଳାଙ୍କୁ ଗୁଳି କରି ହତ୍ୟା । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ପଞ୍ଜାବ ପଟ୍ଟିଆଲାସ୍ଥିତ ଦୁଃଖିନୀୱରନ୍ ସାହିବ ଗୁରୁଦ୍ୱାରରେ । ମହିଳା ଜଣକ ମଦ୍ୟପାନ କରିଥିବାକୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିକାଣ୍ଡ ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗୁଳିକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପରମିନ୍ଦର କୌର । ସେ ରବିବାର ସନ୍ଧ୍ୟାରେ ପବିତ୍ର ପୋଖରୀ ବା ସରୋବର ନିକଟରେ ବସି ମଦ୍ୟପାନ କରୁଥିଲେ । ଗୁରୁଦ୍ୱାରର ଜଣେ ଅନ୍ତେବାସୀ ବା ସେବକ ସାଗର ମଲୋହତ୍ରା ଏହା ଦେଖିଥିଲେ । ସାଗର ମହିଳାଙ୍କୁ ସେଠାରେ ମଦ୍ୟପାନ କରିବାକୁ ବାରଣ କରିଥିଲେ । ହେଲେ ମହିଳା ଜଣକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେଣୁ ସେ ଉକ୍ତ ମହିଳାଙ୍କୁ ଗୁରୁଦ୍ୱାରର ମ୍ୟାନେଜରଙ୍କ ପାଖକୁ ଟାଣି ନେଉଥିଲେ । ହେଲେ ଏହି ସମୟରେ ଅନ୍ୟ ଜଣେ ସେବକ ମହିଳାଙ୍କୁ ଗୁଳି କରିଥିଲେ । ପରମିନ୍ଦରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ସାଗର ମଲୋହତ୍ରା ମଧ୍ୟ ଏହି ଗୁଳିକାଣ୍ଡରେ ଆହତ ହୋଇଛନ୍ତି । ତାଙ୍କର ଏବେ ଚିକିତ୍ସା ଚାଲିଛି । ସେ ପଟ୍ଟିଆଲାର ରାଜେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପରମିନ୍ଦରଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଜେନ୍ଦ୍ର ହସ୍ପିଟାଲକୁ ପଠାଯାଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପରମିନ୍ଦର ଗୁରୁବାକ୍ସ କଲୋନୀରେ ରୁହନ୍ତି । ସେ ବିବାହ କରିନଥିଲେ । ତେବେ ଏହି ହତ୍ୟା ଘଟଣା ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)