Advertisment

ସୁନା ଚେନ୍‌ ପାଇଁ ବୋହୂକୁ ମାରିଦେଲେ ! ବର୍ଷକ ପୂର୍ବେ ବାହାଘର ହୋଇଥିଲା...

ସୁନା ଚେନ୍‌ ମାଗିଥିଲା ଜ୍ୱାଇଁ, ହେଲେ ଶ୍ୱଶୁର ଘର ଲୋକ ଦେଇ ନପାରିବାରୁ ଝିଅକୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Woman Kills Self By Consuming Poison In Sakhigopal

Woman kills self by consuming poison in Sakhigopal after husband demands gold chain

Advertisment

ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ନୀରିହ ଜୀବନ ଚାଲି ଯାଉଛି। ସାମାନ୍ୟ ସୁନା ଚେନ୍‌ ପାଇଁ ଜୀବନ ନେବାକୁ ମଧ୍ୟ ପଛାଇଲେ ନାହିଁ। ସୁନା ଚେନ୍‌ ମାଗିଥିଲା ଜ୍ୱାଇଁ, ହେଲେ ଶ୍ୱଶୁର ଘର ଲୋକ ଦେଇ ନପାରିବାରୁ ଝିଅକୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରୁ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆସିଛି। ମୃତ ମହିଳାଙ୍କ ନାଁ ରଶ୍ମିତା ମଲ୍ଲିକ।

Advertisment

ଅଧିକ ପଢ଼ନ୍ତୁ: ବୁଲେଟ୍‌ ପାଇଁ ବୋହୂକୁ ମାରିଦେଲେ ଶାଶୁଘର ଲୋକେ; ଶବ ଗାଏବ କରି କହିଲେ, ହୋଇଯାଇଛି ଫେରାର

ସୂଚନା ଅନୁସାରେ, ବର୍ଷକ ପୂର୍ବେ ଡାହାଣ କୁମାର ପଡାର ରଶ୍ମିତା ମଲ୍ଲିକ ବଳଙ୍ଗା ଗୋକନ୍ ଗାଁର ପ୍ରକାଶ ମଲ୍ଲିକଙ୍କୁ ବିବାହ କରିଥିଲେ। ସେମାନଙ୍କର ଅଢେଇ ମାସର ଝିଅ ଅଛି। ମଙ୍ଗଳବାର ଦିନ ରଶ୍ମିତା ବିଷ ପିଇ ଦେଇଥିବା ଶ୍ୱଶୁର ଘର ଲୋକ ତାଙ୍କ ପରିବାରକୁ ଜଣାଇଥିଲେ। ପରେ ରଶ୍ମିତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଘଟଣା ପରେ ଶ୍ୱଶୁର ଘର ଲୋକେ ମୃତଦେହକୁ ଛାଡ଼ି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

Advertisment

ରଶ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜ୍ୱାଇଁ ପ୍ରକାଶ ସୁନା ଚେନ୍‌ ମାଗିଥିଲେ। ହେଲେ ସେମାନେ ଏହା ଦେଇ ପାରିନଥିଲେ। ତେଣୁ ସୁନା ଚେନ୍‌ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ରଶ୍ମିତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ରଶ୍ମିତାଙ୍କ  ଶ୍ୱଶୁର ଘର ଲୋକ କିମ୍ବା ପୋଲିସର  କୌଣସି ପ୍ରତିକ୍ରିୟା ମିଳିପାରିନି।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ