• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୁଲେଟ୍‌ ପାଇଁ ବୋହୂକୁ ହତ୍ୟାକଲେ ଶାଶୁଘର ଲୋକେ । ଯୌତୁକରେ ବୋହୂ ବୁଲେଟ୍‌ ଆଣିଲାନି ବୋଲି ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଖାଲି ହତ୍ୟା ତ ନୁହେଁ ହତ୍ୟା ଦୋଷରୁ ମୁକୁଳିବା ପାଇଁ ବୋହୂର ମୃତଦେହକୁ ଗାଏବ କରିଦିଆଯାଇଛି । ପରେ ବୋହୂ ଫେରାର ହୋଇଯାଥିବା ଅଭିଯୋଗ ମଧ୍ୟ କରିଛନ୍ତି ଶାଶୁଘର ଲୋକ ।

ଏନେଇ ମୃତ ମହିଳାଙ୍କ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ପୋଲିସ ଶାଶୁଘରର ୮ଜଣ ସଦସ୍ୟଙ୍କୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏପରି ଏକ ଘଟଣା ଘଟିଛି ବିହାରର ଶାହପୁର ଥାନା ଅନ୍ତର୍ଗତ ଈଶ୍ୱରପୁର ଗାଁରେ ।

ସୂଚନା ମୁତାବକ ୧୧ ଡିସେମ୍ୱର ୨୦୨୦ରେ ବୀରେନ୍ଦ୍ର ସିଂହଙ୍କ ୨୫ ବର୍ଷୀୟ ଝିଅ ଲଭଲୀ କୁମାରୀଙ୍କ ବିବାହ ରାମଅବତାର ସିଂହଙ୍କ ପୁଅ ଜୟ ଗୋବିନ୍ଦ ସିଂହଙ୍କ ସହ ହୋଇଥିଲା । ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍‌ ଆଣିବାକୁ ଶାଶୁଘର ଲୋକେ କହିଥିଲେ ।

ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ । ଏନେଇ ବାହାରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଥିଲା । ଲଭଲୀଙ୍କ ପରିବାର ଲୋକ ଗରିବ ହୋଇଥିବାରୁ ମୁହଁ ମଧ୍ୟ ଖୋଲୁନଥିବା ଥାନାରେ ଅଭିଯୋଗ କରାଯାଇଛି ।

ମୃତ ମହିଳା ଲଭଲୀ ବାପାଙ୍କ ଅଭିଯୋଗ ଅନୁଯାୟୀ ଲଭଲୀଙ୍କୁ ୧୬ ଫେବ୍ରୁୟାରୀରେ ହତ୍ୟା କରାଯାଇଛି । ପରେ ଲଭଲୀ ଫେରାର ହୋଇଯାଇଥିବା ଶାଶୁଘର ପକ୍ଷରୁ ମିଥ୍ୟା ଅଭିଯୋଗ ଅଣାଯାଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ।