• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଜଘଣ୍ୟ ହତ୍ୟାକାଣ୍ଡ । ଶାଶୁକୁ ପିଟି ପିଟି ମାରିଦେଲା ବୋହୂ । ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି, ସେହି କ୍ରାଇମ୍‌ କ୍ୟାପିଟାଲ କୁହାଯାଉଥିବା ଦିଲ୍ଲୀରୁ । ଜଣେ ବୋହୂ ରୋଷେଇ କରାଯାଉଥିବା ତାୱାରେ ଶାଶୁକୁ ପିଟିପିଟି ହତ୍ୟା କରିଛି ।

ପୋଲିସ କହିବାନୁଯାୟୀ ୮୬ ବର୍ଷିୟ ଶାଶୁ (ହଶି ସୋମ୍‌) ଆଥ୍ରାଇଟିସ୍‌ ରୋଗରେ ପୀଡ଼ିତ ଥିଲା । ସେମାନଙ୍କ ସେବା କରି କରି ବୋହୂ ଅତିଷ୍ଠ ହୋଇପଡ଼ିଥିଲା । ଶେଷରେ ଚିଡ଼ିଯାଇ ଏଭଳି କରିଥିବା ଅନୁମାନ କରାଯାଉଛି । ମୃତଦେହରେ ୧୪ରୁ ଅଧିକ କ୍ଷତ ଚିହ୍ନ ରହିଥିବା ମଧ୍ୟ ପୋଲିସ କହିଛି । ତେବେ ଏହି ଘଟଣାରେ ପୋଲିସ ବୋହୂକୁ ଗିରଫ କରିଛି । 

ଅଧିକ ପଢ଼ନ୍ତୁ: ନୃଶଂସ ପୁଅ !! ନିଶା ଖାଇବାକୁ ଟଙ୍କା ନଦେବାରୁ ଲୁହା ରଡ୍‌ରେ ବାପାକୁ ପିଟିପିଟି ମାରିଦେଲା

ଏହି ଘଟଣା ନେବ ସରାୟା ଅଞ୍ଚଳରେ ଘଟିଛି । ପୁଅ ସୁରଜିତ୍ ସୋମ୍‌ ସହ ଏକ ଭଡ଼ା ଘରେ ରହୁଥିଲେ ମୃତ ହଶି ସୋମ୍‌ । ସୁରଜିତଙ୍କ ସୂଚନା ଅନୁଯାୟୀ, ଗତ ୨୦୧୪ ମସିହାରୁ ପତ୍ନୀ ଓ ଝିଅ ସହ ସେଠାରେ ରହି ଆସୁଛନ୍ତି । ଶର୍ମିଷ୍ଠା ସୋମ୍‌ଙ୍କ ସହ ୨୧ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ଏବେ ଶର୍ମିଷ୍ଠାଙ୍କୁ ୪୮ ବର୍ଷ । ଉଭୟଙ୍କର ୧୬ ବର୍ଷର ଝିଅ ବି ରହିଛି । ୨୦୨୨ ମସିହା ପର୍ଯ୍ୟନ୍ତ ସୁରଜିତଙ୍କ ମାଆ କୋଲକତାରେ ଏକା ରହୁଥିଲେ । କାରଣ ସମସ୍ତେ କୋଲକତାର ମୂଳ ବାସିନ୍ଦା । ୨୦୨୨ ବେଳକୁ ମାଆଙ୍କ ଦେହ ଖରାପ ହେବାରୁ ନିଜ ପାଖକୁ ନେଇଆସିଥିଲେ । ଦିଲ୍ଲୀରେ ତାଙ୍କର 1BHK ଫ୍ଲାଟ୍‌ରେ ମାଆଙ୍କୁ ଆଣି ରଖିଲେ । ମାଆଙ୍କୁ ପାଖରେ ରଖି ତାଙ୍କର ଦେଖାଶୁଣା କରିବେ ବୋଲି ସେ ଆଣିଥିଲେ ।

ଦିଲ୍ଲୀ ପୋଲିସର କହିବାନୁଯାୟୀ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆମେ ଦେଖିଥିଲୁ ଯେ ଜଣେ ମହିଳା ରୋଷେଇ ଘର ପାଖରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଛନ୍ତି । ତାଙ୍କ ମୁହଁରେ ଅନେକ କ୍ଷତ ଚିହ୍ନ ରହିଛି । ଅନ୍ୟପଟେ ତାଙ୍କ ପୁଅ କହିଛନ୍ତି ଯେ, ‘ମା ଅସୁସ୍ଥ ଥିଲେ, ସିଏ ଚଲାବୁଲା କରିପାରୁ ନଥିଲେ । ମାଆଙ୍କୁ ତାଙ୍କ ପତ୍ନୀ ପସନ୍ଦ କରୁନଥିଲେ । ମାଆକୁ ବୃଦ୍ଧାଶ୍ରମକୁ ପଠାଇବାକୁ ଚାହୁଁଥିଲେ ତାଙ୍କ ପତ୍ନୀ ।’

ସୁରଜିତ ଆହୁରି ମଧ୍ୟ କହିଛନ୍ତି ଯେ, ମାଆ ଚଲାବୁଲା କରିପାରୁନଥିବାରୁ ପାଖରେ କିଚେନ୍ ଓ ବାଥ୍‌ରୁମ୍ ଥିବା ଭଳି ଏକ ଘର ସେ ଭଡ଼ାରେ ନେଇଥିଲେ । ଯାହାକି ତାଙ୍କ ଘର ସମ୍ମୁଖରେ ରହିଥିଲା । ମାଆଙ୍କ ଉପରେ ସବୁବେଳେ ନଜର ରଖିବା ପାଇଁ ସେ ଘରେ ସିସିଟିଭି ଲଗାଇଥିଲେ । ଘଟଣା ଦିନ ଲାଇନ୍‌ କଟିଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କ ଶରୀରରେ ଥିବା କ୍ଷତ ଚିହ୍ନକୁ ସାଧାରଣ ବୋଲି କୁହାଯାଇନଥିଲା । 

ତେବେ ଘଟଣା ଦିନ ସୁରଜିତଙ୍କ ପତ୍ନୀ ଶର୍ମିଷ୍ଠା ଘରେ ଉପସ୍ଥିତ ଥିଲେ । ଖାଲି ସେତିକି ନୁହେଁ ସାମ୍ନା ଘରର ଚାବି ମଧ୍ୟ ତାଙ୍କ ପାଖରେ ରହିଥିଲା । ସିସିଟିଭି ଫୁଟେଜ୍‌ ପୁରା ଘଟଣାର ସତ ପଦାକୁ ଆଣିଥିଲା । ସେଦିନ ଶର୍ମଷ୍ଠା ସକାଳ ସାଢ଼େ ୧୦ଟା ସମୟରେ ମାଆ ରହୁଥିବା ଫ୍ଲାଟ୍‌କୁ ଯାଇଥିବା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ସେ ଏକ ତାୱା ଧରି ଘର ଭିତରେ ପ୍ରବେଶ କରିଥିଲେ । ଏହାର କିଛି ସମୟ ପରେ ମାଆଙ୍କ ଚିତ୍କାର ଶବ୍ଦ ଶୁଣାଯାଇଥିଲା । ତାଙ୍କ ମାଆ କାନ୍ଦୁଥିବା ଶବ୍ଦ ମଧ୍ୟ ରେକର୍ଡ ହୋଇଛି । ମାଆଙ୍କୁ ପିଟିପିଟି ହତ୍ୟା କରିବା ପରେ ସେ ତାୱାକୁ ସଫା କରି ପୁଣି ବାହାରି ଆସିଥିଲେ । ସିସିଟିଭି ଫୁଟେଜ୍‌କୁ ପ୍ରମାଣ ଭାବେ ଗ୍ରହଣ କରି ପୋଲିସ ଶର୍ମିଷ୍ଠାଙ୍କୁ ଗିରଫ କରି ଜେଲ୍‌ ପଠାଇଛି ।