Mother Killed Son: ପୁଅକୁ ଖଣ୍ଡ ଖଣ୍ଡ କାଟି କେନାଲରେ ଭସାଇଦେଲା ମାଆ

ପୁଅକୁ ଖଣ୍ଡ ଖଣ୍ଡ କରି କାଟି କେନାଲରେ ଭସାଇଦେଲା ମାଆ । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଏହା ପଛର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

Andhra Murder

ମାଆ-ପୁଅର ସମ୍ପର୍କଠୁ ବଳି ଆଉ କିଛି ସମ୍ପର୍କ ଏ ଦୁନିଆରେ ନଥାଇପାରେ । ମାଆ କଲିଜାର ଟୁକୁଡା ତା' ପୁଅ । ହେଲେ ଏମିତି ବି ଜଣେ ମାଆ ଅଛି ଯିଏ ଅନ୍ତ ଫାଡି ଜନ୍ମ ଦେଇଥିବା ତା'ର ଏଇ କଲିଜାର ଟୁକୁଡାକୁ ନିଜ ହାତରେ ମାରି ଖଣ୍ଡ ଖଣ୍ଡ କରିଦେଇଛି । ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଏଠାରେ ଜଣେ ମହିଳା ନିଜ ପୁଅକୁ ମାରିବା ପରେ ତା' ଶରୀରକୁ ଖଣ୍ଡ ଖଣ୍ଡ କରି କାଟି କେନାଲରେ ଭସାଇ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ: ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା; ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା

ସୂଚନା ମୁତାବକ, ପ୍ରକାଶମ ଜିଲ୍ଲାର ୫୭ ବର୍ଷୀୟା ମହିଳା ଲକ୍ଷ୍ମୀ ଦେବୀ ନିଜ ପୁଅକୁ ଏପରି ନିର୍ମମ ଭାବେ ହତ୍ୟା କରିଛି । ମୃତକ ୩୫ ବର୍ଷୀୟ କେ ଶ୍ୟାମ ପ୍ରସାଦ । ସେ ସଫେଇ କର୍ମଚାରୀ ଭାବେ କାମ କରୁଥିଲା ଏବଂ ଅବିବାହିତ ଥିଲା । ତେବେ ପ୍ରସାଦର ଚରିତ୍ର ଆଦୌ ଭଲ ନଥିଲା । ସେ ଅନେକ ସମୟରେ ନିଜର ସମ୍ପର୍କୀୟମାନଙ୍କୁ ଦୁର୍ବ୍ୟବହାର କରୁଥିଲା । ଏପରିକି ନିଜର ମାଉସୀକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ପୁଅର ଏଭଳି କୁକର୍ମ ସହିବାର ସବୁ ସୀମା ଟପି ଯାଇଥିଲା ।

ଏନେଇ ପୋଲିସ କହିଛି, ଅଭିଯୁକ୍ତ ମହିଳା ନିଜ ପୁଅର ଅଭଦ୍ର ଆଚରଣକୁ ବରଦାସ୍ତ କରିନପାରି ତାକୁ ହତ୍ୟା କରିଛି । ମୃତ ପ୍ରସାଦ ବେଙ୍ଗାଲୁରୁ, ଖମ୍ମମ ଓ ହାଇଦ୍ରାବାଦରେ ରହୁଥିବା ନିଜ ମାଉସୀ ଓ ଅନ୍ୟ ସମ୍ପର୍କୀୟଙ୍କ ସହ ଦୁର୍ବ୍ୟବହାର କରିଥିଲା । ସେ ହାଇଦ୍ରାବାଦରେ ରହୁଥିବା ନିଜ ମାଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । 

ଏସବୁ ସହି ନପାରି ଲକ୍ଷ୍ମୀ ଦେବୀ ଏକ ଧାରୁଆ ଅସ୍ତ୍ରରେ ନିଜ ପୁଅକୁ ମାରି ଦେଇଥିଲା । ହତ୍ୟା ପରେ ତା'ର ଶବକୁ ୫ ଖଣ୍ଡ କରି ତିନୋଟି ବସ୍ତାରେ ପୂରାଇ ଗାଁ ପାଖ କେନାଲରେ ଭସାଇ ଦେଇଥିଲା । ଏହି ହତ୍ୟାକାଣ୍ଡରେ ତାଙ୍କୁ କିଛି ସମ୍ପର୍କୀୟ ମଧ୍ୟ ସାହାଯ୍ୟ କରିଥିବା ପୋଲିସ ସୂଚନା ଦେଇଛି । 

ବର୍ତ୍ତମାନ ଅଭିଯୁକ୍ତ ଲକ୍ଷ୍ମୀ ଦେବୀ ଫେରାର୍ ଅଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତାକୁ ଧରିବାକୁ ଛାନଭିନ୍ ଚଳାଇଛି । 

ଅଧିକ ପଢ଼ନ୍ତୁ: ଖୋଲିଲା ବେଲେଶ୍ୱର ଡବଲ ମର୍ଡର ମିଷ୍ଟ୍ରି