Advertisment

ପିଛା କଲେ, ବାହା ହେବା ପାଇଁ ବାଧ୍ୟ କଲେ...ରାଜି ନହେବାରୁ ଯୁବତୀଙ୍କ ଜୀବନ ନେଇଗଲେ

ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ। ଶେଷରେ ଜାଙ୍କ ଜୀବନ ନେଇଗଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Murder Case

Woman Killed By Man Stalking Her For 2 Years In Madhya Pradesh

ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ। ଶେଷରେ ଜାଙ୍କ ଜୀବନ ନେଇଗଲେ। ଗତକାଲି ମଧ୍ୟପ୍ରଦେଶର ଧର୍‌ ସିଟିରେ ସମ୍ପୃକ୍ତ ଯୁବତୀଙ୍କୁ ଜଣେ ଯୁବକ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କ ନାଁ ପୂଜା(୨୨)। ଅଭିଯୁକ୍ତର ନାଁ ଦୀପକ ରାଠୋର।

Advertisment

ସୂଚନା ଅନୁସାରେ, ପୂଜା ରେଷ୍ଟୁରାଣ୍ଟରେ କାମ କରିବା ସହ ମା’ ଓ ୨ ଭଉଣୀଙ୍କ ସହ ବ୍ରହ୍ମାକୁଣ୍ଡରେ ରହୁଥିଲେ। ବୁଧବାର ଦିନ ରେଷ୍ଟୁରାଣ୍ଟରୁ ଫେରୁଥିବା ବେଳେ ରାଠୋର ସହ ପୂଜାଙ୍କ ମୁହାଁମୁହିଁ ହୋଇଥିଲେ ଓ ଏହାପରେ ରାଠୋର ଗୁଳି ଚଳାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପୂଜାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। 

ପୋଲିସ୍‌ ସୂଚନା ଅନୁସାରେ, ପୂଜାଙ୍କୁ କିଛି ବର୍ଷ ହେବ ରାଠୋର ପିଛା କରି ଆସୁଥିଲା। ଏନେଇ ପୂଜା କୋର୍ଟରେ ଅଭିଯୋଗ ମଧ୍ୟ କରିଥିଲେ। ଏପରିକି ରାଠୋର ପୂଜାଙ୍କ ପରିବାର ଓ ସାଙ୍ଗମାନଙ୍କୁ ଧମକ ମଧ୍ୟ ଦେଇଥିଲେ। ପୂଜାଙ୍କୁ ହତ୍ୟା ପରେ ବ୍ରହ୍ମାକୁଣ୍ଡ ସ୍ଥିତ ରାଠୋର ଘରେ ପୋଲିସ୍‌ ଚଢ଼ଉ କରି ତାକୁ ଗିରଫ ପାଇଁ ପ୍ରୟାସ କରିଥିଲା। ହେଲେ ପୋଲିସ୍‌କୁ ଦେଖି ସେ ଗୁଳି ଚଳାଇଥିଲା। ପାଲଟା ଜବାବରେ ପୋଲିସ୍‌ ମଧ୍ୟ ତା’ ଉପରେ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Murder
Advertisment
Advertisment