• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋର୍ଟରେ ଯୁବତୀଙ୍କୁ ଗୁଳିମାଡ଼ । ଦିଲ୍ଲୀ ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଛି । ପୋଲିସ ଉପସ୍ଥିତିରେ ଯୁବତୀଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଗୁଳିମାଡ଼ରେ ସଂପୃକ୍ତ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଓକିଲ ପୋଷାକ ପିନ୍ଧି ଦୁର୍ବୃତ୍ତ ଜଣକ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି ।

ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି । ପୂର୍ବରୁ ମଧ୍ୟ ଦିଲ୍ଲୀର ରୋହିଣୀ କୋର୍ଟରେ ଏଭଳି ଢଙ୍ଗରେ ଗୁଳିକାଣ୍ଡ ହୋଇଥିଲା । ୨୪ ସେପ୍ଟମ୍ବର ୨୦୨୧ରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କୁ କୋର୍ଟକୁ ଆଣିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା ।

ଅଧିକ ପଢ଼ନ୍ତୁ: ସ୍ୱାମୀର ଏତେ ରାଗ କାହିଁକି ? ପତ୍ନୀଙ୍କୁ କୋର୍ଟ ପରିସରରେ ACID ମାଡ଼ କଲା...

ବିରୋଧୀ ଗ୍ୟାଙ୍ଗରେ ୨ ଜଣ ଆସି ତାଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏଥିରେ ଜିତେନ୍ଦ୍ରର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଗୁଳିରେ ଦୁଇ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇ ଆକ୍ରମଣକାରୀ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିଲେ । ସେହିପରି ୨୨ ଏପ୍ରିଲ ୨୦୨୨ରେ ସେହି ରୋହିଣୀ କୋର୍ଟରେ ଗୁଳିକାଣ୍ଡ ହୋଇଥିଲା ।

ଦୁଇ ଜଣ ଓକିଲ ଓ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ରୋକିବାକୁ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଫାଙ୍କା ଗୁଳିଚଳାଇଥିଲେ ।