• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପତ୍ନୀଙ୍କ ଉପରେ ଏସିଡ୍ ମାଡ଼ କଲା ସ୍ୱାମୀ । ତାହା ପୁଣି କୋର୍ଟ ପରିସରରେ । ସ୍ୱାମୀକୁ ଗିରଫ କରିଛି ପୋଲିସ । ପତ୍ନୀ ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଏବେ ଚିକିତ୍ସିତ ହେଉଛନ୍ତି । ବେକଠାରୁ ତଳକୁ ମହିଳାଙ୍କ ଶରୀରର ଅଧିକ କ୍ଷତି ହୋଇଛି । ତେବେ କାହିଁକି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ମାଡ଼ କଲା ଏସିଡ୍‌ ? ତାହା ପୁଣି କୋର୍ଟ ପରିସରରେ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ତାମିଲନାଡ଼ୁର କୋଏମ୍ବାଟୁର କୋର୍ଟ ପରିସରରେ ଗୁରୁବାର ସକାଳେ ଏଭଳି କାଣ୍ଡ ଘଟିଛି । ଏକ ଚୋରି ମାମଲାରେ ଗୁରୁବାର ଡେଟ୍ ଥିବାରୁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହା ଜାଣିବା ପରେ ତାଙ୍କ ସ୍ୱାମୀ କୋର୍ଟ ପରିସରରେ ପହଞ୍ଚିଥିଲେ । ଆଉ ସାଙ୍ଗରେ ଏକ ପାଣି ବୋତଲରେ ଏସିଡ୍‌ ଧରିଆସିଥିଲେ । ପତ୍ନୀଙ୍କୁ କୋର୍ଟ ପରିସରରେ ଦେଖି ଅତ୍ୟନ୍ତ ରାଜିଯାଇ ଏସିଡ୍ ମାଡ଼ କରିଥିଲେ । ସେଥିରେ ମହିଳାଙ୍କ ଶରୀରର ପ୍ରାୟ ୮୦ ଭାଗ ଜଳିଯାଇଥିଲା । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯିବା ସହ ଏସିଡ୍ ମାଡ଼ କରିଥିବା ସ୍ୱାମୀକୁ ଗିରଫ କରିଥିଲା ପୋଲିସ ।

ମହିଳା ଜଣକ ହେଉଛନ୍ତି ଏସ୍‌ କବିତା । ବୟସ ୩୫ । ତାଙ୍କ ସ୍ୱାମୀ ହେଉଛନ୍ତି ପି ଶିବ କୁମାର । ବୟସ ୪୦ । ସୁଲୁର କନ୍ନମାପାଲାୟମର ମହାଲକ୍ଷ୍ମୀ ନଗରରେ ସେମାନେ ରହୁଥିଲେ । ଶିବକୁମାର ଜଣେ ଟ୍ରକ ଡ୍ରାଇଭର । ଶିବକୁମାର ଏବଂ କବିତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଛି । କବିତା ଜଣେ ଗୃହିଣୀ । ସେ ଘରେ ରହି ପିଲାମାନଙ୍କ କଥା ବୁଝନ୍ତି । କିନ୍ତୁ ପୋଲିସ ତାଙ୍କୁ ଏକ ଚୋରି ମାମଲାରେ ୨୦୧୬ରେ ଗିରଫ କରିଥିଲା । ବସ୍‌ରେ ଜଣେ ଯାତ୍ରୀଙ୍କଠାରୁ ୧୦ ଭରୀର ସୁନା ଅଳଙ୍କାର ଚୋରି କରିଥିଲେ । କୋର୍ଟରେ ଏନେଇ ମାମଲା ନେଇ କେସ୍‌ ଚାଲିଥିବାରୁ କବିତା ହାଜିରା ପାଇଁ ଆସିଥିଲେ ।

ପୋଲିସର କହିବାନୁଯାୟୀ, କବିତା ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା । କିଛି ସପ୍ତାହ ହେବ ସେ ତାର ସ୍ୱାମୀ ଓ ପିଲାମାନଙ୍କୁ ଛାଡ଼ି ଫେରାର ଥିଲା । ସ୍ୱାମୀ ଓ ଝିଅ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ । କିନ୍ତୁ ପାଉନଥିଲେ । ହଠାତ୍‌ ଶିବକୁମାର ଜାଣିବାକୁ ପାଇଥିଲା ଯେ, କବିତା କୋର୍ଟକୁ ଆସିବାର ଅଛି । ଆଉ ରାଗ ସୁଝାଇବା ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁନଥିଲା ଶିବକୁମାର । କବିତା ଆସି କୋର୍ଟର ୱେଟିଂ ହଲ୍‌ରେ ବସିଥିଲେ । ସେଠାରେ ଶିବକୁମାର ପହଞ୍ଚି ତାଙ୍କୁ ଏସିଡ ମାଡ଼ କରିଥିଲା ।

କୋର୍ଟ ପରିସରରେ ଥିବା କିଛି ଓକିଲ ଶିବକୁମାରଙ୍କୁ କାବୁ କରିଥିଲେ । କିନ୍ତୁ ସେଠାରୁ ଖସିଆସିବାରେ ଶିବକୁମାର ସଫଳ ହୋଇଥିଲା । ପରେ ଜଣେ ମହିଳା ପୋଲିସ ତାକୁ ଗୋଡ଼ାଇ ଧରିଥିଲେ । ଏହି ସାହସିକତା ପାଇଁ ମହିଳା ପୋଲିସଙ୍କୁ ପୁରସ୍କୃତ କରାଯାଇଥିଲା ।