Gang Rape
ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ । ୧୩ ବର୍ଷୀୟ ଜଣେ ନାବାଳିକାକୁ ରାମପୁର ଥାନା ଅଂଚଳରେ ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ଯୁବକ ଗିରଫ ହୋଇଛନ୍ତି ।
Advertisment
ଘର ବାରିପଟୁ ନାବାଳିକାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରାଯାଇଥିବା ନାବାଳିକାର ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଦିନ ୧୦ଟାରେ ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରି ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରିଥିଲେ ।
ଏନେଇ ପରିବାର ଲୋକେ ରାମପୁର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିଛି ।
Advertisment
ଅନ୍ୟପକ୍ଷେ, ସିଡିପିଓ ପୀଡ଼ିତାଙ୍କ ଘରକୁ ଯାଇ ଅନୁସନ୍ଧାନ କରିଥିବାବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)