Advertisment

ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ବୋହୂ ଫେରାର

ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା ବୋହୂ। ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
Extramarital Affair

Woman Elopes WIth Boyfriend After Locking Up Father In Law In House

Advertisment

ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା ବୋହୂ। ଏହା ପୂର୍ବରୁ ବୋହୂ ଘରେ କଳାକନା ମଧ୍ୟ ବୁଲାଇଛି। ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱର ରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଏନେଇ ମହିଳାଙ୍କ ସ୍ୱାମୀ ସନ୍ଦୀପ ନାୟକ ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ସୂଚନା ଅନୁସାରେ, ଏୟାରପୋର୍ଟ ଥାନା ଅନ୍ତର୍ଗତ ଗଙ୍ଗନଗରରେ ସନ୍ଦୀପ ଭଡ଼ା ନେଇ ରହୁଛନ୍ତି। ଚଳିତ ବର୍ଷ ଫେବୃଆରୀରେ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ନମିତା ନାୟକ ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। କମ୍‌ ଦିନରେ ନମିତା ଶାଶୁ ଘର ଲୋକଙ୍କୁ ନିଜର କରି ନେଇଥିଲେ। ହେଲେ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କିନ୍ତୁ ଅଲଗା ଥିଲା। ସୁଯୋଗ ଦେଖି ସେ ଘରୁ ଫେରାର ହେବାପାଇଁ ଯୋଜନା କରିଥିଲେ। 

ଅଧିକ ପଢ଼ନ୍ତୁ: ସମ୍ପତ୍ତି ଲୋଭ ! ବୁଢ଼ା ଶ୍ୱଶୁରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ବୋହୂ

Advertisment

ମଙ୍ଗଳବାର ଦିନ ସନ୍ଦୀପ ଅଫିସ୍‌ ଯାଇଥିବା ବେଳେ ନମିତା ଏହାର ଫାଇଦା ଉଠାଇ ଥିଲେ। ଶ୍ୱଶୁର ଶୋଇଥିବା ବେଳେ ତାଙ୍କୁ ଘର ଭିତରେ ତାଲା ପକାଇ ନମିତା ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଶ୍ୱଶୁରଙ୍କ ନିଦ ଭାଙ୍ଗିବା ପରେ ବାହାର ପଟୁ ରୁମ୍‌ ଲକ୍‌ ପଡ଼ିଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ଝରକା ପଟେ ସେ ପଡ଼ୋଶୀଙ୍କୁ ଡାକିବା ପରେ ପଡ଼ୋଶୀ ଆସି ଘରର କବାଟ ଖୋଲିଥିଲେ। 

ଖବରପାଇ ସନ୍ଦୀପ ଘରେ ପହଞ୍ଚି ପତ୍ନୀ ନମିତାଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନଥିଲେ। ଏନେଇ ସନ୍ଦୀପ ଥାନାରେ ଏତଲା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିବାହ ପୂର୍ବରୁ ପତ୍ନୀ ନମିତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସମ୍ପୃକ୍ତ ଯୁବକଙ୍କ ସହ ଫେରାର ହୋଇଥିବା ସନ୍ଦୀପ ଅଭିଯୋଗ କରିଛନ୍ତି। 

Advertisment
Extramarital Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ