/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650634829.jpg)
Hiring Contract Killer To Eliminate Husband
ସ୍ୱାମୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ସ୍ତ୍ରୀ ଓ ସୁପାରି ନେଇଥିବା କ୍ରିମିନାଲକୁ ଖୋଜୁଛି ଭୁବନେଶ୍ୱର ପୋଲିସ, କିନ୍ତୁ ଅଭିଯୁକ୍ତ ସ୍ତ୍ରୀ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ ନାହିଁ। ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା କଥା ମଧ୍ୟ ମିଛ। ଓଲଟା ସେ ଅଭିଯୋଗ କରିଛନ୍ତି, ଅଲଗା ଝିଅଙ୍କ ସହିତ ସ୍ବାମୀଙ୍କ ଖରାପ ସଂପର୍କ ଅଛି। ପୁରୀରେ ରହିବା ବେଳେ ସ୍ବାମୀଙ୍କ କାରନାମା ସଂପର୍କରେ ସେ ଥାନାରେ ମଧ୍ୟ ଜଣାଇଥିବା କହିଛନ୍ତି।
ସ୍ବାମୀଙ୍କ ଅଭିଯୋଗକୁ ନେଇ ସେ କହିଛନ୍ତି, ପୋଲିସ ଠିକରେ ତଦନ୍ତ କରିନାହିଁ। ତେଣୁ କୋର୍ଟକୁ ଯିବେ। ସେପଟେ ସିଲସିଲାଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ସୁନ୍ଦରପଦାର ଯେଉଁ ଆପାର୍ଟମେଣ୍ଟରୁ ଅଭିଯୁକ୍ତ ପ୍ରେମିକ ଅଶୋକ ସାହୁ ଗିରଫ ହୋଇଥିଲେ, ସେହି ଆପାର୍ଟମେଣ୍ଟର ସଂପାଦକ କହିଛନ୍ତି, ଏହି ଅଞ୍ଚଳରେ ଅଶୋକକୁ ନିଜ ସ୍ବାମୀ ବୋଲି ପରିଚୟ ଦେଉଥିଲେ ଅଭିଯୁକ୍ତ ମହିଳା। ନିଜର ନାଁ ବଦଳାଇ ମାସେ ହେଲା ଏହି ଆପାର୍ଟମେଣ୍ଟରେ ରହୁଥିଲେ। ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି, ଅଭିଯୁକ୍ତ ସ୍ତ୍ରୀ ଓ ସୁପାରି କିଲର ଧରାପଡ଼ିବା ପରେ ସତ ସାମ୍ନାକୁ ଆସିବ।
ମଞ୍ଚେଶ୍ୱର ରେଳୱେ ଓ୍ୱାର୍କସପ୍ରେ କାମ କରୁଥିବା ସେକ୍ସନ ଇଞ୍ଜିନିୟର ବିନାୟକ ବେହେରା ଅଭିଯୋଗ କରିଥିଲେ, ତାଙ୍କ ସ୍ତ୍ରୀ ଓ ଡ୍ରାଇଭର ମଧ୍ୟରେ ପରକୀୟା ପ୍ରୀତି ରହିଛି। ତାଙ୍କୁ ରାସ୍ତାରୁ ହଟାଇବାକୁ ଲକ୍ଷେ ଟଙ୍କାର ସୁପାରି ଦିଆଯାଇଥିଲା। ସୁପାରି କିଲର ଆକ୍ରମଣରେ ଆହତ ହୋଇଥିବା କଥା ମଧ୍ୟ କହିଥିଲେ ବିନାୟକ। ଗତ ବୁଧବାର ଡ୍ରାଇଭର ଅଶୋକ ସାହୁକୁ ଗିରଫ କରିଥିଲା ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)