Advertisment

Woman Constable: ପ୍ରେମ ହେଲା କାଳ ! ପୋଲିସ ବାରାକରେ ଝୁଲି ପଡ଼ିଲେ ମହିଳା କନଷ୍ଟେବଳ...

ଆଜି ବାରାକରେ ମହିଳା କନଷ୍ଟେବଳ ଯଶୋଦା ଦାସ୍‌ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟ ସହଯୋଗୀମାନେ ଉଦ୍ଧାର କରି ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅଦ୍ୟତନ ହୋଇଛି
Woman Constable

Woman Constable

Advertisment

ପୋଲିସ ବାରାକରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଲେଶ୍ବର ପୋଲିସ ବାରାକରେ ଏହି ଘଟଣା ଘଟିଛି । ଆଜି ବାରାକରେ ମହିଳା କନଷ୍ଟେବଳ ଯଶୋଦା ଦାସ୍‌ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟ ସହଯୋଗୀମାନେ ଉଦ୍ଧାର କରି ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

Advertisment

ଯଶୋଦାଙ୍କ ଘର ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ପ୍ରେମ ଜନିତ କାରଣରୁ ଯଶୋଦା ଜୀବନ ହାରିଥିବା ଅଭିଯୋଗ ହୋଇଛି । ବ୍ୟକ୍ତିଗତ କାରଣରୁ କନଷ୍ଟେବଳ ଯଶୋଦା ଏହି ପଦକ୍ଷେପ ନେଇଥିବା ପ୍ରାଥମିକ ଯାଞ୍ଚରୁ ଅନୁମାନ କରାଯାଉଛି । ଏବେ ତଦନ୍ତ ଚାଲୁଛି, ତଦନ୍ତ ଶେଷ ହେଲେ ଜଣାପଡ଼ିବ କଣ ହୋଇଛି ବୋଲି କହିଛନ୍ତି ବାଲେଶ୍ବର ଏସପି ।

ଅଧିକ ପଢ଼ନ୍ତୁ: ଏମିତି ଜ୍ୱାଇଁ ଆମର ଦରକାର ନାହିଁ, ସ୍ତ୍ରୀ ପାଇଁ ଶ୍ୱଶୁର ଘରେ ସ୍ୱାମୀ ପକାଇଲା ବୋମା

Advertisment

ତେବେ ଏଠି ପ୍ରଶ୍ନ, କାହିଁକି ଜୀବନ ହାରିଦେଲେ ମହିଳା କନଷ୍ଟେବଳ ଯଶୋଦା ଦାସ୍ ? କଣ ରହିଛି ଏହା ପଛରେ କାରଣ ? କଣ ଏମିତି ଘଟିଲା ଯେ ଏତେ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ଯଶୋଦା ? ପ୍ରେମ ସମ୍ପର୍କ ନା ଆଉ କିଛି କାରଣ ରହିଛି ? ଏମିତି ନାନା ପ୍ରଶ୍ନ ଏବେ ଉଙ୍କି ମାରିଛି। 

ମହିଳା କନଷ୍ଟେବଳ ଯଶୋଦା ଦାସ୍‌ଙ୍କ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡ଼ିଆରେ କିଛି ଲେଖି ପୋଷ୍ଟ କରିଥିଲେ। ଲେଖିଥିଲେ ଯେ, ‘ବେଳେବେଳେ ମଣିଷ ହୀରାକୁ ଖୋଜିବାକୁ ଯାଇ ମୂଲ୍ୟବାନ ସୁନାକୁ ହାତ ମୁଠାରେ ପାଇ ମଧ୍ୟ ଫିଙ୍ଗି ଦେଇଥାଏ। ଯେତେବେଳେ ହୀରା ଖୋଜି ଖୋଜି ଥକି ଯାଏ, ସେବେ ସେ ବୁଝି ପାରେ ଫିଙ୍ଗିଥିବା ସୁନାର ମୂଲ୍ୟ କେତେ।’ ଏଭଳି ପୋଷ୍ଟ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରିଛି। 

Advertisment
Balasore Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ