/odishatv-khabar/media/post_attachments/uploadimage/library/16_9/16_9_0/____1700566393.jpg)
Woman brutally attacked by husband in Bhubaneswar
ଅଫିସ୍ ଭିତରେ ପଶି ସ୍ତ୍ରୀକୁ ଛୁରୀ ଭୁସିଲା ସ୍ୱାମୀ । କେହି କିଛି ବୁଝିବା ପୂର୍ବରୁ ଖେଳି ଯାଇଥିଲା ଭୟର ବାତାବରଣ । ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ ମହିଳା ।ଭୁବନେଶ୍ୱର ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଛୁରାମାଡ଼ କରିବା ପଛର କାରଣ ସାମ୍ନାକୁ ଆସିଛି ।
ସନ୍ଦେହ ଓ ରାଗରେ ସ୍ୱାମୀ ଛୁରାମାଡ଼ କରିଥିବା ତଦନ୍ତ ପରେ ପୋଲିସ କହିଛି । ୨୦୧୮ରେ ବାହା ଘର ହୋଇଥିଲା ଓ ସେମାନଙ୍କର ୫ ବର୍ଷର ପୁଅ ଅଛି । କୌଣସି ବିବାଦରୁ ୨ ବର୍ଷ ହେଲା ମହିଳା ଜଣକ ତାଙ୍କ ଗାଁରେ ରହୁଥିଲେ ।
#ସନ୍ଦେହରୁ_ପତ୍ନୀକୁ_ଛୁରାମାଡ଼ !
ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟରେ ମହିଳାଙ୍କୁ ସ୍ୱାମୀଙ୍କ ଛୁରାମାଡ଼ ଘଟଣା…ସନ୍ଦେହ ଓ ରାଗରେ ସ୍ୱାମୀ ଛୁରା ମାଡ଼ କରିଥିବା କହିଲା ପୋଲିସ୍..#Odisha#OTV#Crimepic.twitter.com/Zys5EdRJ6I— ଓଟିଭି (@otvkhabar) November 21, 2023
ପ୍ରତିପୋଷଣ ପାଇଁ ଗତ ସପ୍ତାହେ ହେଲା ସମ୍ପୃକ୍ତ ମହିଳା ଚାକିରି କରୁଥିଲେ । ଗତକାଲି ଅଭିଯୁକ୍ତ ସ୍ୱାମୀ ଅଫିସରେ ପହଞ୍ଚି ପତ୍ନୀଙ୍କୁ ଡାକି ଛୁରାମାଡ଼ କରିଥିଲେ । ବଡ଼ବାପାଙ୍କ ଶୁଦ୍ଧିକ୍ରିୟାକୁ ନଯିବାରୁ ରାଗରେ ଛୁରି ଭୁସିଥିବା ସେ କହିଛନ୍ତି ।
କୌଣସି କାରଣରୁ ପତ୍ନୀଙ୍କ ଉପରେ ଅଭିଯୁକ୍ତର ସନ୍ଦେହ ମଧ୍ୟ ରହିଥିଲା । ତେବେ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)